ନୂତନ କମିଟି ଗଠନକୁ ନେଇ କୁକୁଡ଼ାଖଣ୍ଡି ବ୍ଲକ ବିଜେଡି ଗୋଷ୍ଟି କନ୍ଦଳ ତେଜୁଛି

0
368

କୁକୁଡ଼ାଖଣ୍ଡି: ରାଜ୍ୟରେ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଗଞ୍ଜାମ ଜିଲ୍ଲା ବିଜେଡିରେ ସେତେ ଗୋଷ୍ଠୀ କନ୍ଦଳ ତେଜୁଥିବା ଭଳି ବିଭିନ୍ନ ଘଟଣା ପଦାକୁ ଆସୁଥିବା ଜଣାପଡିଛି ।ଏହି ଜିଲ୍ଲାରୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ବାବୁ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ପୂର୍ବତନ ବାଚସ୍ପତି ତଥା ବିଜେଡିର ଦିଗପହଣ୍ଡି ବରିଷ୍ଠ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଗୋପବନ୍ଧୁ ଦାଶଙ୍କ ମଧ୍ୟରେ ଚାଲିଥିବା ଟକ୍କର ଯୋଗୁଁ ଦିଗପହଣ୍ଡି ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀର କର୍ମୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ସମାନ୍ତରାଳ ଦଳୀୟ କାର୍ଯ୍ୟକ୍ରମ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଆରୋପ ପ୍ରତ୍ୟାରୋପରୁ ଜିଲ୍ଲାରେ ବିଜେଡିର ଗୋଷ୍ଠୀ କନ୍ଦଳ ବର୍ତ୍ତମାନ ହାଟରେ ପଡି ବାଟରେ ଗଡୁଛି ।ଘଟଣା କ୍ରମରେ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଦଳ ପକ୍ଷରୁ ଜନ ବିରୋଧୀ ଭାବେ ବହିଷ୍କାର କରିବା ପରେ ସେହି ନିର୍ବାଚନ ମଣ୍ଡଳୀର ଦାଇତ୍ୱ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିୟନ୍ତ୍ରଣ ସକାଶେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଗୋପବନ୍ଧୁ ଦାଶ ବୁଝା ବୁଝି କରୁଛନ୍ତି ।କିନ୍ତୁ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧୀନରେ ଥିବା କୁକୁଡ଼ାଖଣ୍ଡି ବ୍ଲକର ପାଞ୍ଚଗୋଟି ପଞ୍ଚାୟତ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବେଳେ ଗୋପବନ୍ଧୁ ଦାଶ ବୁଝୁଥିବା ବେଳେ ବର୍ତ୍ତମାନ ଉଭୟ ସୂର୍ଯ୍ୟ ନାରାୟଣ ଓ ଗୋପବନ୍ଧୁ ଦାଶଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି ।ଆଜି ଲୋଚାପଡା ଗଙ୍ଗାଧରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ ଅଧିନରେ ଥିବା ପାଞ୍ଚଗୋଟି ପଞ୍ଚାୟତର ପୁରୁଖା କର୍ମୀ ନେଇ ଆଉ ଏକ ସମାନ୍ତରାଳ ଭାବେ କୁକୁଡ଼ାଖଣ୍ଡି ବିଜେଡି କମିଟି ଗଠନ କରାଯାଇଛି ।ଯେହେତୁ ପୂର୍ବରୁ ଚଳିତ ମାସ ୧୧ ତାରିଖରେ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କ ପୁଅ ବିପ୍ଳବ ପାତ୍ର ଯିଏ କି ଆଗାମୀ ବିଧାୟକ ପ୍ରାର୍ଥୀ ଭାବେ ନିଜକୁ ପ୍ରସ୍ତୁତ କରୁଛନ୍ତି ।କିନ୍ତୁ ବିପ୍ଳବ ପାତ୍ର କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷଙ୍କ ତତ୍ୱବାଧାନରେ ଏକ କମିଟି ଗଠନ କରିଥିଲେ ।ଏଥିରେ ଏହି ବ୍ଲକର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଞ୍ଚଗୋଟି ପଞ୍ଚାୟତକୁ ସମ୍ପୂର୍ଣ୍ଣ ଭାବେ ଏଡାଇ ଦିଆଯାଇଛି ।ଫଳରେ ଏହାକୁ ବିରୋଧ କରି ବୁଧବାର ଅପରାହ୍ନରେ ଆଉ ଏକ କମିଟି କରାଯାଇଥିବା ଜଣାପଡିଛି ।ଫଳରେ ଗୋପବନ୍ଧୁ ଦାଶ ଏବଂ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବାଟରେ ପଡି ହାଟରେ ଗଡ଼ିଲାଣି ବୋଲି ଚର୍ଚ୍ଚା ହେଉଛି । ବିପ୍ଳବଙ୍କ ଏହି କମିଟିରେ ସଭାପତି ଭାବେ ମନୋନୀତ ହୋଇଥିବା ସୀତାରାମ ସାହୁ ଏବଂ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଗୋଟିଏ ପଞ୍ଚାୟତର ହୋଇଥିବାରୁ ଏହାକୁ ଦଳୀୟ କର୍ମୀଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି ।ଏହି ବୈଠକରେ ୫ଟି ପଞ୍ଚାୟତର ବହୁ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କ ଉପସ୍ଥିତରେ ବ୍ଲକ ସ୍ତରୀୟ ସଭାପତି, ଉପ-ସଭାପତି,ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ପଞ୍ଚାୟତ ସ୍ତରରେ ସଭାପତି ନାମକୁ ଜିଲ୍ଲା ସଭାପତିଙ୍କ ନିକଟକୁ ଅନୁମୋଦନ ନିମନ୍ତେ ପ୍ରେରଣ କରାଯାଇଛି । ଅନୁମୋଦନ ମିଳିବା ପରେ ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ ମିଳିତ ସଭାପତି ନାମ ଘୋଷଣା କରାଯିବ ବୋଲି ଏହି ବୈଠକରେ ନିଷ୍ପତି ନିଆଯାଇଛି ।ଏହି କାର୍ଯ୍ୟକ୍ରମରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ ସାଂସଦ ପ୍ରତିନିଧି ପ୍ରଦୀପ କୁମାର ମଲଣା,୧୦ନଂ ଜୋନ୍ ଜିଲ୍ଲା ପରିଷଦ ପ୍ରତିନିଧି ସୁରେଶ ନାୟକ,ପୂର୍ବତନ ଗୁରୁଣ୍ଠି ସରପଞ୍ଚ ଟି.ମିନତୀ ପାତ୍ର, ପୂର୍ବତନ ଲୋଚାପଡା ସରପଞ୍ଚ ମିନତୀ ବେହେରା,ବିଜେଡିନେତା ପଞ୍ଚାନନ ସାହୁ,ସୁରେଶ ସାହୁ,ପୂର୍ବତନ ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ନାୟକ,ପୂର୍ବତନ ବୋରିଗାଁ ସରପଞ୍ଚ ବସନ୍ତ ସାହୁ,ଅଭିରାମ ସେଠି,ବୁଲୁ ବେହେରା,ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ହୁଗୁଳାପଟା ୱାର୍ଡ ମେମ୍ବର କୁନା ସାହୁ,ଦଣ୍ଡପାଣି ପାତ୍ର, ଆର.ମନୋଜ ପାତ୍ର,ସମୀର ରଥ, ନୀଳାଞ୍ଚଳ ବେହେରା,ସୀମା ଡାକୁଆଙ୍କ ସମେତ ପଞ୍ଚାଗୋଟି ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here