ହୋମିଓପାଥିକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏନ୍ଏସ୍ଏସ୍ ଦିବସ ଉପଲକ୍ଷେ ରକ୍ତଦାନ ଶିବିର

0
250

ବ୍ରହ୍ମପୁର:ବ୍ରହ୍ମପୁର ସ୍ଥାନୀୟ ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏନଏସଏସ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୪ ତାରିଖରେ ସାରା ଦେଶ ଏନଏସଏସ ଦିବସ ପାଳନ କରିବ ଏବଂ ଏହି ଉପଲକ୍ଷେ ଏକ ସପ୍ତାହ ଧରି ସେବା ସପ୍ତାହ ଭାବେ କଲେଜ ତରଫରୁ ପାଳନ କରାଯିବ। ଏହି ଅବସରରେ ଆଜି ଆୟୋଜିତ ରକ୍ତଦାନ ଶିବିରକୁ କଲେଜର ଅଧକ୍ଷ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଜରୁରୀ ଆବଶ୍ୟକତା ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ସହିତ ଦେଶରେ ରକ୍ତ ଅଭାବ ଦୂର କରିବା ଏବଂ ଛାତ୍ରଛାତ୍ରୀଙ୍କୁ ସମାଜସେବା କ୍ଷେତ୍ରରେ ଉତ୍ସାହିତ କରିବା ଏହି ଶିବିରର ମୃଳ ଲକ୍ଷ୍ୟ ହେଉ ବୋଲି ଅଧକ୍ଷ କହିଥିଲେ। ସେହିପରି ଉକ୍ତ ଶିବିରରେ ମୋଟ 35 ୟୁନିଟ ରକ୍ତ ସଗୃହିତ ହୋଇଥିବା ବେଳେ କଲେଜର ବହୁ ବିଦ୍ୟାର୍ଥୀ ଓ କର୍ମଚାରୀ ରକ୍ତଦାନ କରିଥିଲେ। ବ୍ରହ୍ମପୁର ଏମକେସିଜି ରକ୍ତ ଭଣ୍ଡାରର ଡାକ୍ତର ସବିତା ପଲେଇ ଏବଂ କର୍ମଚାରୀମାନେ ଶିବିରରେ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ସେହିପରି ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡିକାଲ କଲେଜର ସମସ୍ତ ପ୍ରଫେସର ଓ ଛାତ୍ରଛାତ୍ରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here