ମୁଜାଗଡ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ

0
484

ଭଞ୍ଜନଗର : ଭଞ୍ଜନଗର ବ୍ଳକ ମୁଜାଗଡ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି ା ଏଥିରେ ତେୟାଳଶି ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ” Basic science for sustainable development Challenges & Prospects “ବିଷୟ ସମ୍ବନ୍ଧୀୟ ନିଜର ପିପିଟି ଉପସ୍ଥାପନ କରିଥଲେ ା ବିଚାରକ ରୂପେ କେ.ଏସ୍.ୟୁ.ବି କଲେଜର ଦୁଇ ଜଣ ଅଧ୍ୟାପକ ଅମୀୟ ରଞ୍ଜନ ପଣ୍ଡା ଓ ଅର୍ପଣ କୁମାର ପ୍ରଧାନ ଯୋଗ ଦେଇଥିଲେ ା ଗାଲେରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଙ୍କିତା ନାୟକ ପ୍ରଥମ ହୋଇଥିବା ବେଳେ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟର ଆଲିସା ରାଣୀ ଗୌଡ ଦ୍ବିତୀୟ, ମୁଜାଗଡ ନୋଡାଲ ଉଚ୍ଚ ବିଦ୍ୟାଳୟର ତୁଳସୀ ଡାକୁଆ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ ା ଏହି ଅବସରରେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ମୁଜାଗଡ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପାଣିଗ୍ରାହୀ ା ମୁଖ୍ୟ ଅତିଥି ରୂପେ ପୂର୍ବତନ କେ.ଏସ୍.ୟୁ.ବି କଲେଜ ଅଧ୍ଯକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ରୂପେ ପୂର୍ବତନ ଏ.ବି.ଇ.ଓ ଜଗବନ୍ଧୁ ଜେନା, ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା,ସି.ଆର୍.ସି.ସି ଭଗବାନ ଭୂୟାଁ ପ୍ରମୁଖ ମଞ୍ଚାସୀନ ଥିଲେ ା ଅନ୍ୟମାନଙ୍କ ମଧ୍ୟରେ ସି.ଆର୍.ସି.ସି ଆଦିକନ୍ଦ ଗୌଡ,ତ୍ରିନାଥ ବେହେରା,ମୋହନ ସାହୁ,ମନୋଜ ଗୌଡ,ସୁନିଲ ପାଣି,ରାଘବ ନାୟକ,ସନ୍ତୋଷ କୁମାର ସାହୁ, ଦେବୀ ପ୍ରସାଦ ଦାଶ, ବିଭୁ ପ୍ରସାଦ ମହାପାତ୍ର,ମନ୍ମଥ ବିଷୋୟୀ,ସୁରେନ୍ଦ୍ର ପ୍ରଧାନ ଙ୍କ ସମେତ ପ୍ରମୋଦ ପ୍ରଧାନ ଏବଂ ମୁଜାଗଡ ନୋଡାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଷ୍ଟାଫ ସହଯୋଗ କରିଥଲେ ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here