ସ୍ଵର୍ଗତ ଏମ୍ ଦିବାନ ରେଡିଙ୍କ ସ୍ମୃତି ଉଦ୍ଧେଶ୍ୟରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

0
525

ଦିଗପହଣ୍ଡି:ଦିଗପହଣ୍ଡି ବ୍ଲକର କଇଠଡା ପଞ୍ଚାୟତର ଓଡାସିଙ୍ଗି ଠାରେ ସ୍ଵର୍ଗତ ଏମ୍ ଦିବାନ ରେଡିଙ୍କ ସ୍ମୃତି ଉଦ୍ଧେଶ୍ୟରେ ଛାତ୍ର ସଙ୍ଘଠକ ଶ୍ରୀ ଗଣେଶ ରେଡି ଓ ଓଡାସିଙ୍ଗି ଯୁବକ ସଙ୍ଘର ମିଳିତ ଆନୁକୂଲ୍ୟରେ ଏକ ଦିନିକିଆ ଜିଲ୍ଲା ସ୍ଥରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏହି ଭଲିବଲ୍ ଟୁର୍ଣ୍ଣାମେଣ୍ଟ ମହାଆଡ଼ମ୍ବରରେ ଶୁଭାରମ୍ଭ ହୋଇଯାଇଥିବା ବେଳେ, ଏଥିରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନିତା ସେଠୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ ।ସମ୍ମାନିତ ଅତିଥି ଭାବରେ ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଏମ୍ ନିରଞ୍ଜନ ରେଡି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ,କଇଠଡା ସରପଞ୍ଚ ପ୍ରତିନିଧି ଦେବ ହରି ଗୌଡ଼,ପଦ୍ମନାଭପୁର ସରପଞ୍ଚ ପ୍ରତିନିଧି ଶ୍ରୀ କ୍ରିଷ୍ନା ରାଓ ସୁବୁଦ୍ଧି,ଜକର ସରପଞ୍ଚ ପ୍ରତିନିଧି, ଯୁବନେତା ସରୋଜ ଜେନା, ବାସୁଦେବପୁର ସରପଞ୍ଚ ଏମ୍. ସନ୍ତୋଷ ପ୍ରମୁଖ ଉପସ୍ଥିତ ରହି କ୍ରୀଡା ପ୍ରେମୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଅବସରରେ ଓଡାସିଙ୍ଗି ଗ୍ରାମର ଯୁବ ଗୋଷ୍ଠୀ ଓ କ୍ରୀଡ଼ା ପ୍ରେମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here