ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

0
272

ବ୍ରହ୍ମପୁର:ଦେଶର ପ୍ରମୁଖ ଅନୁଷ୍ଠାନ ‘ଇଣ୍ଡିଆ ଚାର୍ମିଙ୍ଗ ଫେସ’ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗୀତା ।ହୋଟେଲ ଏକ୍ସିଲେନ୍ସି ଠାରେ ରାଜ୍ୟ ନିର୍ଦ୍ଦେଶିକା ସସ୍ମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଯୋଗୀତା ସଫଳତାର ସହ ଶେଷ ହୋଇଛି ।ସସ୍ମିତା ନିଜେ ଜଣେ ମଡେଲ ଓ ଅଭିନେତ୍ରୀ ହୋଇଥିବା ବେଳେ ତାଙ୍କର କ୍ୟାରିୟର ମଧ୍ୟ ଏହି ‘ଇଣ୍ଡିଆ ଚାର୍ମିଙ୍ଗ ଫେସ’ରୁ ହିଁ ଆରମ୍ଭ ହୋଇଛି ।ସସ୍ମିତାଙ୍କ ସହ ଆନ୍ତର୍ଜାତୀୟ ସ୍ତରର ମଡେଲ ବବିତା ଶବର ମଧ୍ୟ କାର୍ଯ୍ୟନିର୍ବାହୀ ଆୟୋଜକ ଭାବେ ସହଯୋଗର ହାତ ବଢ଼ାଇଥିଲେ ।ଓଡିଶାର କୋଣ ଅନୁକୋଣରୁ ମଡେଲ ମାନେ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଆସି ସାମିଲ ହୋଇଥିଲେ ।ତେବେ ସେମାନଙ୍କ ମଧ୍ୟରୁ ଟପ୍ ୫ ଜଣ ମିଷ୍ଟର,୫ଜଣ ମିସ୍ ଓ ୫ଜଣ ମିଷ୍ଟ୍ରେସ୍ ମାନଙ୍କୁ ଚୟନ କରାଯାଇଛି ।ଯେଉଁମାନେ ଗୋଆ ଠାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ସାମିଲ ହୋଇ ଓଡିଶାକୁ ପ୍ରତିନିଧିତ୍ୱ କରିବେ ବୋଲି ଆୟୋଜିକା ସସ୍ମିତା ପଣ୍ଡା ସୂଚନା ଦେଇଛନ୍ତି ।ମିଷ୍ଟର କ୍ୟାଟେଗୋରୀରେ ବ୍ରହ୍ମପୁରର ଅଜିତ କୁମାର ପାତ୍ର ସୁପର ବିଜେତା ହୋଇଥିବା ବେଳେ ଝାରସୁଗୁଡାର କୁନାଲ ଜଲାନ ପ୍ରଥମ ବିଜେତା ହୋଇଛନ୍ତି ।ସେହିଭଳି ଖୋର୍ଦ୍ଧାର ଅମ୍ଳାନ ମହାନ୍ତି ପ୍ରଥମ ରନର୍ସ ଅପ୍‌, ଢ଼େଙ୍କାନାଳର ମହାବୀର ପ୍ରସାଦ ଶତପଥୀ ଦ୍ୱିତୀୟ ରନର୍ସ ଅପ୍ ହୋଇଥିବା ବେଳେ ଟପ୍ ୫ ଭିତରେ ଭଦ୍ରକର ପ୍ରଭାତ କୁମାର ବିଶ୍ୱାଳ ଓ ବ୍ରହ୍ମପୁରର ନାରାୟଣ ସାହୁ ସାମିଲ ହୋଇଛନ୍ତି ।ଅନ୍ୟପଟେ ମିସ୍ କ୍ୟାଟେଗୋରୀରେ ରାଉରକେଲାର ଶ୍ରଦ୍ଧାଞ୍ଜଳୀ ତନ୍ତୀ ବିଜେତା ହୋଇଥିବା ବେଳେ ଭୁବନେଶ୍ୱରର ପ୍ରିତୀ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ।କଟକ ଅନନ୍ୟା ବିଶ୍ୱାଳ ଦ୍ୱିତୀୟ ରନର୍ସ ଅପ୍ ହେବା ସହ ବ୍ରହ୍ମପୁରର ଶ୍ରାବଣୀ ରାଓ ଓ ସୋନାଲିସା ମହାପାତ୍ର ଟପ୍ ଫାଇବ୍ ରେ ସାମିଲ ହୋଇଛନ୍ତି ।ସେହିଭଳି ମିଷ୍ଟ୍ରେସ୍ କ୍ୟାଟେଗୋରୀରେ ବ୍ରହ୍ମପୁରର ପ୍ରଗତୀ ପ୍ରିୟଦର୍ଶିନୀ ସାହୁ ବିଜେତା ହୋଇଥିବା ବେଳେ ଭୁବନେଶ୍ୱରର ମିନୁ ପାଢ଼ୀ ରନର୍ସ ଅପ୍ ହୋଇଛନ୍ତି । ପୂର୍ବତନ ସାଂସଦ ତଥା କବି ପ୍ରଶନ୍ନ ପାଟ୍ଟଶାଣୀ, ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ମିଡିଆ ପ୍ଲାନର ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।ଓଡିଶାରେ ମଡେଲିଂ କ୍ଷେତ୍ରରେ ଏଭଳି କାର୍ଯ୍ୟକ୍ରମ ନୂଆ ପିଢ଼ୀକୁ ଉତ୍ସାହିତ କରିବା ସହ ଆଗକୁ ନେବାରେ ସହାୟକ ହୋଇପାରିବ ବୋଲି ଅତିଥୀମାନେ ମତ ଦେଇଥିଲେ ।କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ପ୍ରତିଯୋଗୀ,ମେକଅପ୍ ଆର୍ଟିଷ୍ଟ, ଡିଜାଇନର ଓ ଜୁରୀମେମ୍ବର ମାନଙ୍କୁ ଆୟୋଜିକା ଅଭିନେତ୍ରୀ ସସ୍ମିତା ପଣ୍ଡା କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here