୧୭ ପଞ୍ଚାୟୟତର ନୂତନ ସାଂସଦ ପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଲେ ନେତା ଓ କର୍ମୀ

0
484

କୁକୁଡ଼ାଖଣ୍ଡି:ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ କୁକୁଡ଼ାଖଣ୍ଡି ବ୍ଲକର ୧୭ଟି ପଞ୍ଚାୟତ ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ଶେଖର ସାହୁଙ୍କ ପ୍ରତିନିଧି ଭାବରେ ନୂତନ ରୂପେ ବିବେଚିତ ହୋଇଥିବା ବାଲିପଡ଼ା ପଞ୍ଚାୟତର ପୂର୍ବତ୍ତନ ସମିତି ସଭ୍ୟ ନିରଞ୍ଜନ ମହାନ୍ତିଙ୍କୁ ଶୁକ୍ରବାର ଦିନ କୁକୁଡାଖଣ୍ଡି ବ୍ଲକ ପରିସରରେ ବିଜେଡି ନେତା ଓ କର୍ମୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ପରେ ସାଂସଦ ପ୍ରତିନିଧି ବିଡ଼ିଓ ପଲ୍ଲବୀ ସ୍ୱାଇଁଙ୍କୁ ସାକ୍ଷାତ କରିଥିଲେ ।ଆଗାମୀ ଦିନରେ ସାଂସଦଙ୍କ ଅନୁପସ୍ଥିତରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତି ଉପସ୍ଥିତ ରହିବେ ।ଏବଂ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା କିପରି ଲୋକଙ୍କ ନିକଟରେ ପହଞ୍ଚିବ ସେ ଦିଗରେ ଗୁରୁତ୍ୱ ଦେବା ସହ ସହ ସଂଗଠନ କିପରି ସୁଦୃଢ ହେବ ସେ ଦିଗରେ ଆଲୋକପାତ କରିଚନ୍ତି ।ଏନେଇ ସାଂସଦ ଶ୍ରୀ ଚନ୍ଦ୍ରଶେଖର ଶେଖର ସାହୁଙ୍କ ସମେତ ବିଧାୟକ ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଆଜିର ଏହି ଅବସରରେ କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଉପାଧ୍ୟକ୍ଷା ବିଷ୍ନୁପ୍ରିୟା ପାତ୍ର ବିଧାୟକ ପ୍ରତିନିଧି ଉଦୟ ବେହେରା, ସନାତନ ସଂଗ୍ରାମ ସିଂ,ବଶିଷ୍ଠ ଜେନା,ରାଧାମୋହନ ସେଠି, ଶେଖର ନାୟକ,ଟି.ରଘୁ ପ୍ରସାଦ ପାତ୍ର,ଉମା ଶଙ୍କର ସାମଲ,କାନ୍ହୁ ପାତ୍ର,ସୁରେଶ ସେଠି,କୈଳାଶ ବିଷୋୟୀ,କ୍ରାନ୍ତୀ କୁମାରୀ ଦେବୀ,ରବୀନ୍ଦ୍ର ପାତ୍ର,ରବୀନ୍ଦ୍ର ମହାରଣା ଓ ରବୀନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟ ବିଜେଡ଼ି କର୍ମୀ ଓ ନେତାମାନେ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here