ପିପୁଲସ କଲେଜରେ ଚକ୍ଷୁ ଦାନ ପାଇଁ ସଚେତନତା ଶିବିର

0
243

ବୁଗୁଡା : ବୁଗୁଡା ପିପୁଲସ କଲେଜରେ ଚକ୍ଷୁ ଯତ୍ନ ଓ ଚକ୍ଷୁ ଦାନ ପାଇଁ ଏକ ସଚେତନତା ଶିବିର ସେପ୍ଟେମ୍ବର ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ପିପୁଲସ କଲେଜର ଭାରତ ସ୍କାଉଟ ଏଣ୍ଡ ଗାଇଡ୍ସ, ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ ପ୍ରଭୃତି ସେବା ସଂସ୍ଥା ର ଛାତ୍ରଛାତ୍ରୀମାନଙ୍କୁ ଚକ୍ଷୁ ଦାନ ଓ ଯତ୍ନ ବିଷୟ ନେଇ ତାଲିମ ପ୍ରଦାନ କରାଯାଇ ଜନସଚେତନତା ପାଇଁ ପରାମର୍ଶ ଦିଆଯାଇଥିଲା। ଡାକ୍ତର ଗୋପବନ୍ଧୁ ବେହେରା ଓ ସତ୍ୟ ସାଇ ସେବା ସଂସ୍ଥାର ରାଜ୍ୟ ପ୍ରତିନିଧି ନୃସିଂହନାଥ ଚକ୍ଷୁ ଯତ୍ନ ବିଷୟରେ ବୁଝାଇବା ସହ ଚକ୍ଷୁ ଦାନ ଦ୍ୱାରା ଅନ୍ଧ ବ୍ୟକ୍ତିମାନେ ଦର୍ଶନ ଶକ୍ତି ଫେରିପାଇ ଦୁନିଆକୁ ଦେଖିପାରିବେ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଆତ୍ମପ୍ରକାଶ ନାୟକ, ଅଧ୍ୟାପିକା ଅନିତା ଦେବୀଙ୍କ ସମେତ ସତ୍ୟସାଇ ସେବା ସଙ୍ଗଠନର ଆଡଭୋକେଟ ସୁଦର୍ଶନ ପାତ୍ର, ଗୌରୀପତି ଦାଶ ଓ କଲେଜର ବିଭିନ୍ନ ସଙ୍ଗଠନର ସ୍ବେଚ୍ଛାସେବୀ ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here