ଦୁର୍ଗମ ଅଞ୍ଚଳରେ ରାସ୍ତାର ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର

0
230

ବୁଗୁଡା : ବୁଗୁଡା ବ୍ଲକର ଆଦିବାସୀ ଅଞ୍ଚଳ ଓ ଦୁର୍ଗମ ଗ୍ରାମାଞ୍ଚଳର ଦୁଇ ରାସ୍ତାର ଉନ୍ନତି କରଣ ପାଇଁ ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସେପ୍ଟେମ୍ବର ୧୫ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ପଞ୍ଚାୟତର ରାମପାଦ ଠାରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ସଡକ ଯୋଜନା ଆନୁକୂଲ୍ୟରେ ପଥରବଣି ଠାରୁ ପୋଲସରା ବ୍ଲକ ସୀମା ପଡ଼ିଆବନ୍ଧ, କୁମୁଟିବନ୍ଧ, ହରଡ଼ାଚିରା, ହାତୀବନ୍ଧ, ଝାଡ଼ପଡ଼ା ରାସ୍ତା ର ଉନ୍ନତିକରଣ କାର୍ଯ୍ୟ କୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଏଥିସହ ଆଦିବାସୀ ବହୁଳ ଅଞ୍ଚଳର ଲୋକମାନଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ସେହିପରି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୌଡିଆବୋରଦା ପଞ୍ଚାୟତର କୁଞ୍ଜବନ ଠାରେ ଓଡ଼ିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ସଡ଼କ ଯୋଜନା ଆନୁକୂଲ୍ୟରେ ବୁଗୁଡା ବ୍ଲକରୁ ବେଲଗୁଣ୍ଠା ବ୍ଲକ ସୀମା ମୋଟାବାଡ଼ି, କୁଞ୍ଜବନ, ଗୌଡ଼ିଆବୋରଦା, ଗାନ୍ଧୀ ନଗର ରାସ୍ତା ର ଉନ୍ନତିକରଣ କାର୍ଯ୍ୟକୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଭିତ୍ତି ପ୍ରସ୍ତର ସ୍ଥାପନ କରିଟ୍ଵିଲେ। ଏଥିସହ ଲୋକମାନଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ମାନ୍ୟବର ଶ୍ରମ ମନ୍ତ୍ରୀଙ୍କ ସହ ୪୨ ନଂ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ପୂର୍ବତନ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ତଥା ୪୧ ନଂ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଟୁକୁନା ସ୍ବାଇଁ, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଏବଂ ଜନସାଧାରଣ ଯୋଗ ଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here