୧୮୦୦ ଗ୍ରାମର ଅଫିମ ଜବତ,ଯୁବକ ଗିରଫ

0
262

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ୧୮୦୦ ଗ୍ରାମର ଉର୍ଦ୍ଧ ଅଫିମ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି ।ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ଆସ୍କା ରୋଡ଼ ସ୍ଥିତ ଶ୍ରୀରାମ ନଗର ଅଞ୍ଚଳରେ ଏକ ଘରେ ଚଢ଼ାଉ କରି ୧୮୦୦ ଗ୍ରାମର ଅଫିମ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିବାରେ ସକ୍ଷମ ହୋଇଛି ।ଉକ୍ତ ଯୁବକ ଜଣକ ହିଞ୍ଜିଳି ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମର ଶରତ କୁମାର ସାବତ ବୋଲି ସୂଚନା ମିଳିଛି ।ସେ ବ୍ରହ୍ମପୁରରେ ଏକ ଭଡ଼ା ଘରେ ରହି ଏହି ବ୍ୟବସାୟ ଚଳାଇଥିବା ବେଳେ ଏହି ଅଫିମ କେଉଁଠାକୁ ଚାଲାଣ କରୁଥିଲା ଏବଂ ଏଥିରେ କିଏ କିଏ ସଂଶ୍ଳିଷ୍ଟ ଅଛନ୍ତି ତାହା ନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଡେପୁଟି କମିଶନର ଅଶୋକ କୁମାର ଶତପଥୀ ।ଏହି ଅଫିମର ମୂଲ୍ୟ ଆନୁମାନିକ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣା ପଡ଼ିଥିବା ବେଳେ ଉକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here