ଅନାଥ ଆଶ୍ରମରେ ରନ୍ଧାଖାଦ୍ୟ ବଣ୍ଟନ କରି ନିଆରା ଢଙ୍ଗରେ ଜନ୍ମ ଦିନ ପାଳିଲେ ସମାଜସେବୀ ସତ୍ୟ ନାରାୟଣ ପାତ୍ରଙ୍କ ଝିଅ ସିମରନ୍

0
237

ବ୍ରହ୍ମପୁର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ ଜନ୍ମ ଦିନ ପାଳିଲେ ସମାଜସେବୀ ସତ୍ୟ ନାରାୟଣ ପାତ୍ରଙ୍କ ଝିଅ ସିମରନ୍ ପାତ୍ର ।ଏହି ଅବସରରେ ଅସହାୟ ଗରିବଙ୍କ ମୁହଁରେ ହସ ଫୁଟାଇଛନ୍ତି ୩ ବର୍ଷର ଝିଅ ସିମରନ୍ ।ତାଙ୍କର ପ୍ରତ୍ୟେକ ଜନ୍ମ ଦିନକୁ ପରିବାର ଲୋକ ବହୁ ଆଡ଼ମ୍ବରରେ ପାଳନ କରୁଥିଲେ । ଚଳିତବର୍ଷ ମଧ୍ୟ ବହୁ ଧୁମ୍ ଧାମରେ ତାଙ୍କର ଜନ୍ମ ଦିନ ପାଳନ ହୋଇଛି ।ଆଜି ସକାଳେ ଚିକିଟି ସ୍ଥିତ ବାଳକୁମାରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ସନ୍ଧ୍ୟାରେ ସିମରନ୍ ବ୍ରହ୍ମପୁର ଖାଲାସି ସାହି ଠାରେ ଥିବା ଅନାଥ ଆଶ୍ରମ ଠାରେ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ ।ଆଜି ହେଉଛି ସିମରନଙ୍କ ତୃତୀୟ ଜନ୍ମ ଦିନ ।ଏହି ଅବସରରେ ଆଜି ସିମରନଙ୍କୁ ତାଙ୍କ ମାଆ ବାପା ସତ୍ୟ ନାରାୟଣ ପାତ୍ରଙ୍କ ସମେତ ଶତାଧିକ ଲୋକେ ଓ ପରିବାର ବର୍ଗ ତାଙ୍କୁ ଆଶ୍ରିବାଦ ଦେବା ସହ ଦୀର୍ଘାୟୁ କାମନା କରିଥିଲେ ।ସନ୍ଧ୍ୟା ବଣ୍ଟନ କାଯ୍ୟକ୍ରମରେ ସିମରନଙ୍କ ମାଆ ସ୍ନେହଲତା କାଁହୁ ରାଉତ,ସଂଯୁକ୍ତା ରାଉତ,ଯୁବ ସାମ୍ବାଦିକ ପିଣ୍ଟୁ ବେହେରା,ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here