କାର୍ ଦୁର୍ଘଟଣାରେ ଶିକାର ହୋଇଥିବା ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ନମିଳିବାରୁ ଥାନା ଘେରାଉ କଲେ ଗ୍ରାମବାସୀ

0
225

କୁକୁଡାଖଣ୍ଡି: ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଶନିବାର ଅପରାହ୍ନରେ (ଓଡି-୦୨ୟୁ-୩୫୧୯) ନମ୍ବର ବିଶିଷ୍ଟ ଏକ କାର ଦୁର୍ଘଟଣାରେ ଗ୍ରାମର କାଳିଆ ବିଷୋୟୀ(୩୮) ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ କାର ମାଲିକ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।କିନ୍ତୁ ଗୁରୁତର ଆହତ ବ୍ୟକ୍ତି ଜଣକ ଆର୍ଥିକ ସ୍ୱଚ୍ଛଳ ନଥିବାରୁ ତାଙ୍କ ଚିକିତ୍ସା ପଦ୍ଧତି ହୋଇପାରୁନାହିଁ ।ଅନ୍ୟପକ୍ଷେ କାର ମାଲିକ ଜଣକ ଚିକିତ୍ସା ଖର୍ଚ୍ଚ ନଦେବାରୁ ଗ୍ରାମବାସୀ ଏକତ୍ରିତ ହୋଇ ଆଜି ଦିନ ୧୧ଟାରେ ସଦର ଥାନା ଘେରାଉ କରିଥିଲେ ।ଅତିଶୀଘ୍ର ଘଟଣାର ସମାଧାନ କରାଯିବ ବୋଲି ଏଏସଆଇ ଶଙ୍କର ଦଳାଇ ଓ ଏଏସଆଇ ଶବର ପ୍ରତିଶୃତି ଦେବାପରେ ଗ୍ରାମବାସୀ ଧାରଣାରୁ ଓହରିଥିଲେ ।ଘଟଣା ପରେ ସଦର ଥାନା ପୋଲିସ କାରକୁ ଜବତ କରିଥିବା ଜଣାପଡିଛି ।ଏହି ଘେରାଉ ଅବସରରେ ଡେଙ୍ଗାପଦର ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ରାମହରି ଜେନା,ଭୈରବ ବିଷୋୟୀ,ବୁଲୁ ବିଷୋୟୀ,କାଳିଆ ବିଷୋୟୀ,ଶିଶିର ସ୍ବାଇଁ,ସୁକୁରୁ ବିଷୋୟୀ,ଜଗା ବିଷୋୟୀଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ଥିଲେ ।ବର୍ତ୍ତମାନ ଗୁରୁତର ଆହତ ବ୍ୟକ୍ତି କାଳିଆ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here