ପତ୍ନୀଙ୍କ ଆତ୍ମହତ୍ୟା ଘଟଣାରେ ଜେଲ ଗଲେ ସ୍ୱାମୀଙ୍କ ସମେତ ଦୁଇ ଦେଢୁଶର , ବ୍ୟବଚ୍ଛେଦ ରିପୋର୍ଟ ହିଁ କରିବ ପୁରା ଘଟଣାର ଫର୍ଦ୍ଧାଫାସ

0
266

ବ୍ରହ୍ମପୁର: ବଡବଜାର ଥାନା ଅନ୍ତର୍ଗତ ଖଣ୍ଡିଆ କୁମୁଟି ସାହି ଚୈତନ୍ୟନଗର ପ୍ରଥମ ଗଳିରେ ଦୁଇ ଦିନ ପୂର୍ବେ ଜ୍ୟୋତି ସାହୁ ନାମକ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଥିଲା ।ଖବର ପାଇ ଘଟଣା ସ୍ଥଳେ ବଡବଜାର ଥାନା ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି ।ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁରା ଘଟଣାର ଫର୍ଦ୍ଧାଫାସ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଥିଲା ।ଅନ୍ୟପଟେ ଜ୍ୟୋତିଙ୍କ ବାପା ଏହି ଘଟଣା ଆଧାର କରି ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ରୂପ ଦିଆଯାଇଛି ବୋଲି ଅଭିଯୋଗ ଆଣିବା ସହ ଜ୍ବାଇଁପୁଅ ଓ ତାଙ୍କ ଦୁଇ ଭାଇ-ଭାଉଜଙ୍କ ନାଁରେ ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ ।ତେବେ ଏହି ଘଟଣାରେ ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ ପ୍ରକାରେ ପୋଲିସ କେସ ନଂ ୨୨୨/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଜ୍ୟୋତିଙ୍କ ସ୍ୱାମୀ ଜିତେଶ କୁମାର ସାହୁ ଓରଫ୍ ଜିତୁ ,ତାଙ୍କ ବଡ଼ ଭାଇ କୃଷ୍ଣଚନ୍ଦ୍ର ସାହୁ, ମଝିଆ ଭାଇ ଅଜିତ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଥାଉକି ଗତ ୨୦୨୦ ଜୁଲାଇ ମାସ ୨ ତାରିଖରେ ମୃତା ଜ୍ୟୋତି ଓ ଜିତେଶ ବିବାହ ହୋଇଥିବା ବେଳେ ବର୍ତମାନ ୧ ବର୍ଷର ଶିଶୁପୁତ୍ର ରହିଛି ।ବିବାହ ବେଳେ ଜ୍ୟୋତିଙ୍କ ବାପା ଘର ଲୋକ ଯୌତୁକ ବାବଦକୁ ଝିଅ ଓ ଜ୍ୱାଇଁଙ୍କୁ ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ୧୦ ହଜାର ଟଙ୍କା ସହ ଅନ୍ୟାନ୍ୟ ଜାନି ଯୌତୁକ ଦେଇଥିଲେ ।ବିବାହର କିଛି ଦିନ ପରେ ସ୍ଵାମୀ ଜିତେଶ ସ୍ତ୍ରୀ ଜ୍ୟୋତିଙ୍କୁ ଆଇପିଏଲ୍ ଖେଳିବା ପାଇଁ ଟଙ୍କା ନଥିବାରୁ ଅଧିକ ଟଙ୍କା ବାପା ମାଆଙ୍କୁ ମାଗିବା ପାଇଁ ବାଧ୍ୟ କରୁଥିବାବେଳେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ ।ଜ୍ୟୋତି ନିଜ ବାପା ମାଆଙ୍କୁ ଏହି ଖବର ବିଷୟରେ ଅବଗତ କରାଇ ଆସୁଥିଲେ ।ପରେ ୨୦୨୨, ଜୁନ୍ ମାସରେ ୫୦ହଜାର ଟଙ୍କା ଜ୍ୱାଇଁପୁଅଙ୍କୁ ଜ୍ୟୋତିର ବାପା ଦେଇଥିଲେ ।ଏହା ପରେ ମଧ୍ୟ ଅନେକ ସମୟରେ ଝିଅ ଜ୍ୟୋତିକୁ ତା ସ୍ବାମୀ ଜିତେଶ ମାରପିଟ କରୁଥିବା ବେଳେ ଜିତେଶର ଦୁଇ ଭାଉଜ ଜ୍ୟୋତିକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଉଥିଲା ।ଏହା ଜାଣିବା ପରେ ଜ୍ୟୋତିଙ୍କ ଘର ଲୋକେ କିଛି ଦିନ ତଳେ ଜ୍ୱାଇଁପୁଅଙ୍କ ଘରକୁ ଯାଇ ବୁଝାସୁଝା କରି ଫେରିଥିଲେ ବୋଲି ମୃତ ଜ୍ୟୋତିଙ୍କ ବାପା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପ୍ରତିଦିନ ଝିଅ-ଜ୍ୱାଇଁ ପରସ୍ପର ଝଗଡା ହେଉଥିବା ଯୋଗୁଁ ଝିଅ ଜ୍ୟୋତିର ମା ଗତ ୩୧ ତାରିଖରେ ଜ୍ୱାଇଁ ପୁଅକୁ ଘରକୁ ଆପୋଷ ବୁଝାମଣା ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କୁ ଗାଳିଗୁଲଜ କରିବା ସହ ଦୁଇ ଲକ୍ଷ ଟଙ୍କା ମାଗିବା ସହ ନ ଦେଲେ ଝିଅ-ନାତିକୁ ନେଇଯିବା ପାଇଁ ଧମକଚମକ ଦେଇଥିଲେ ।ମାଁ ଯିବା ପରେ ଜ୍ୟୋତିକୁ ସ୍ବାମୀ ଜିତେଶ ପୁନର୍ବାର ମାରପିଟ୍ କରିଥିବା ଘଟଣା ଝିଅ ଜ୍ୟୋତି ବାପାକୁ ଫୋନ୍ କରି ଜଣାଇଥିଲେ ।ଏହାର କିଛି ଘଣ୍ଟା ପରେ ଝିଅ ଜ୍ୟୋତି ଫାଶୀ କରି ଆତ୍ମହତ୍ୟା କରିଛି ବୋଲି ଜ୍ୱାଇଁପୁଅ ଜିତେଶ ସ୍ତ୍ରୀର ବାପାଘରକୁ ଜଣାଇଥିଲେ ।ପରେ ଘଟଣା ସ୍ଥଳକୁ ଆସି ଝିଅ ଜ୍ୟୋତି ଝୁଲୁଥିବାର ଦେଖିଥିଲେ ପରିବାର ଲୋକେ ।ପରେ ମୃତ ଜ୍ୟୋତିଙ୍କ ବାପା ବଡ ବଜାର ଥାନାରେ ଝିଅର ହତ୍ୟା ହୋଇଥିବା ନେଇ ଅଭିଯୋଗ କରିଥିଲେ ।ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା ରୁଜୁ କରି ମୃତ ଜ୍ୟୋତିଙ୍କ ସ୍ବାମୀଙ୍କ ସମେତ ତାଙ୍କ ଦୁଇ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ରଞ୍ଜିତ କୁମାର ଦାସ କହିଛନ୍ତି ।ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁରା ଘଟଣାର ଫର୍ଦ୍ଧାଫାସ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।ଅନ୍ୟ ପଟେ ଝିଅର ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ଲୋକେ ଜ୍ୱାଇଁପୁଅ ଓ ତାଙ୍କର ଦୁଇ ଭାଇଭାଉଜଙ୍କୁ ଗାଳିଗୁଲଜ କରିବା ସହ ମାରପିଟ୍ କରିଥିବା ନେଇ ଜ୍ୱାଇଁପୁଅଙ୍କ ବଡ଼ ଭାଉଜ ବଡବଜାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ବଡ଼ବଜାର ଥାନାରେ କେସ୍ ନଂ ୨୨୩/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here