ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ବକୃତା ମାଳା

0
241

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ନ୍ୟୟୁ କନ୍ଫରେନସ ହଲ ଠାରେ ଆଜି ଅପରାହ୍ନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସ୍ୱତନ୍ତ୍ର ବକୃତା ମାଳା ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ବ୍ୟକ୍ତା ଭାବେ ନୁଆଁ ଦିଲ୍ଲୀ ସ୍ଥିତ ସେଣ୍ଟର ଅଫ ପବ୍ଲିକ ପଲିସ୍ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ର ମୁଖ୍ୟ ପ୍ରଫେସର ରୁମକି ବାସୁ ଯୋଗ ଦେଇ ଏକ ବିଂଶ ଶତାବ୍ଦୀର ଭାରତରେ ଗଣତନ୍ତ୍ର ଓ ସୁଶାସନ ଶୀର୍ଷକ ଉପରେ ଗଣତନ୍ତ୍ରରେ ସରକାରଙ୍କ ବିଭିନ୍ନ ଯୋଜନା, ବିଭିନ୍ନ ଆଇନ ପ୍ରଣୟନ କରାଯାଉଥିଲେ ମଧ୍ୟ ବିଭିନ୍ନ ରାଜ୍ୟ ସ୍ତରରେ ଠିକ ଭାବେ କାଯ୍ୟ କାରୀ ହୋଇ ପାରୁନଥିବାରୁ ଗଣତନ୍ତ୍ରର ସୁଫଳ ରୂପାୟନ ହୋଇପାରୁ ନାହିଁ ,ଏଥିପ୍ରତି ଦୃଷ୍ଟି ଦେଇ କିଭଳି ରୂପାୟନ ହୋଇପାରିବ ସେ ନେଇ ମତବ୍ୟକ୍ତ କରିଥିଲେ । ସାଂମ୍ମାନୀତ ଆଲୋଚକ ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ପବ୍ଲିକ ଆଡ଼ମିଷ୍ଟେସନର ଅବସର ପ୍ରାପ୍ତ ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ ଯୋଗ ଦେଇ କିଭଳି ଭାବରେ ତଥ୍ୟ ସଫଳ ଗଣତନ୍ତ୍ର ଓ ସୁଶାସନକୁ ବେଳେ ବେଳେ ଭ୍ରମାତ୍ମକ ସୃଷ୍ଟି କରାଯାଉଥିବା ବେଳେ ଏଥି ପ୍ରତି ଦୃଷ୍ଟି ଦେଇଥିଲେ ଗଣତନ୍ତ୍ରରେ ସୁଶାସନ ପରିବର୍ତ୍ତନ ହୋଇ ପାରିବ ବୋଲି କହିଥିଲେ । କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଏହି କାଯ୍ୟକ୍ରମକୁ ଭୂୟାଁସୁ ପ୍ରସଂସା କରିବା ସହ ଛାତ୍ରଛାତ୍ରୀ ,ଅଧ୍ୟାପକ, ଶୈକିକ ବାତା ବରଣ ବୃଦ୍ଧି ହେବା ସହ ଅଧିକ ଜ୍ଞାନ ଆହରଣ କରିବାକୁ ହେଲେ ଏଭଳି କାଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ସାଂମ୍ମାନୀତ ଅତିଥି ଭାବେ ପିଜି କାଉସିଲର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଯୋଗ ଦେଇ ଅତିଥି ପରିଚୟ ପ୍ରଧାନ କରିଥିବା ବେଳେ ସଂଯୋଜକ ଇତିହାସ ବିଭାଗ ର ଡ଼ଃ ସଦାନନ୍ଦ ନାୟକ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢ଼ଉକନ ଦେଇ ସାଂମ୍ମାନିତ କରାଯାଇଥିଲା । ଏହି କାଯ୍ୟକ୍ରମରେ ବହୁ ଅଧ୍ୟାପକ, ଅଧ୍ୟାପିକା,ଗବେଷକ, ଗବେଷିବା, ଛାତ୍ରଛାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here