ଡି ପଲ ସ୍କୁଲରେ ବନ ମହୋତ୍ସବ ପାଳିତ

0
227

ଵ୍ରହ୍ମପୁର:ଡି ପଲ ସ୍କୁଲ ରେ ଇକୋ କ୍ଲବ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବନ ମହୋତ୍ସବ ପାଳିତ ହୋଇଯାଇଛି. ସ୍କୁଲ ର ଅଧକ୍ଷ ଫାଦର ରିକାର୍ଡ଼ୋ ପ୍ରଧାନ ସି.ଏମ ଙ୍କ ତତ୍ତ୍ଵାବଧାନରେ ସ୍କୁଲ ପରିସର ମଧ୍ୟରେ ଷାଠିଏ ଟି ବୃକ୍ଷ ଚାରା ରୋପଣ କରାଯାଇଛି. ଏହି କାର୍ଯ୍ୟକ୍ରମ ରେ DFO ଶ୍ରୀ ଅମ୍ଳାନ ନାୟକ, ପୂର୍ବରୁ କରାଯାଇଥିବା ବିଭିନ୍ନ ତର୍କ, ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା ର ବିଜୟ (winner ) ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ. ଇକୋ କ୍ଲବ ସଂଯୋଜକ ଡାଃ ଶଙ୍କର ନାରାୟଣ ବେଜ ବନ ମହୋତ୍ସବ ର ତାତ୍ପର୍ଯ୍ୟ ବୁଝାଇଥିଲେ. ସ୍କୁଲ୍ ର ଉପାଧ୍ୟକ୍ଷ ଫାଦର ବିମଲ ସି.ଏମ ଏବଂ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରତାପ କୁମାର ନାୟକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ. ଇକୋ କ୍ଲବ ର ଭାରପ୍ରାପ୍ତ ଶିକ୍ଷୟତ୍ରୀ ସୁରଜିତା ରାଜ ଏବଂ ସସ୍ମିତା ପାତ୍ର କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସଂପନ୍ନ କରିଥିଲେ.

LEAVE A REPLY

Please enter your comment!
Please enter your name here