ଭଞ୍ଜନଗର ମେଡ଼ିକାଲରେ ଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବା ଦାବିରେ ବିଭିନ୍ନ ସଙ୍ଘଠନ ସହାୟତାରେ ଉତ୍କଳ ସାମ୍ବାଦିକ ସଂଘର ମେଡ଼ିକାଲ ସମ୍ମୁଖରେ ଧାରଣା I

0
240

ଭଞ୍ଜନଗର : ଗତ ଏକ ସପ୍ତାହ ପୂର୍ବରୁ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ୨୪ ଡ଼ାକ୍ତର ବଦଳରେ ୧୨ ଡ଼ାକ୍ତର, ଡ଼ାକ୍ତର ଅଭାବ ସତ୍ତ୍ୱେ ତିନି ଡ଼ାକ୍ତରଙ୍କୁ ଅନ୍ୟତ୍ର ବଦଳି,୩୦ ଜଣ ସେବିକା ବଦଳରେ ମାତ୍ର ୧୩ ଜଣ ସେବିକା ଥିବା ଅଭିଯୋଗ ସହିତ ରକ୍ତ ଭଣ୍ଡାରରକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରିବା, ଅଲଟ୍ରାସାଉଣ୍ଡ୍ ବ୍ୟବସ୍ଥାକୁ କେବଳ ଗୁରୁବାର ବଦଳରେ ସବୁଦିନିଆ କରାଇବା ବିଭିନ୍ନ ଦାବି ନେଇ ଉପଜିଲ୍ଲାପାଳ ଙ୍କ ଜରିଆରେ ସରକାରଙ୍କୁ ଚିଠି ଲେଖିଥିଲା । କିନ୍ତୁ ଚିଠିକୁ ୮ ଦିନ ବିତିଯାଇଥିଲେ ମଧ୍ୟ ସରକାର ଆଜି ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନେଇନଥିଲେ I ତେଣୁ ଆଜି ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ସଭାପତି ଜୟକୃଷ୍ଣ ପଟ୍ଟନାୟକ ନେତୃତ୍ୱରେ ସଂଘ ସଦସ୍ୟ ମାନେ ଡ଼ାକ୍ତର ନିଯୁକ୍ତି ସହିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ଲୋଗାନ୍ ଦେଇ ଭଞ୍ଜନଗର ସହର ପରିକ୍ରମା କରିବା ସହିତ ବର୍ତ୍ତମାନ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି I ସଂଘର ଏହି ଆନ୍ଦୋଳନରେ କୃଷକ ନେତା ତଥା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକ,ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘର ଉପସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ରବୀନ୍ଦ୍ର କୁମାର ଗୌଡ଼,ସହ ସମ୍ପାଦକ ନିଲୁ ବିଷୋୟୀ,ବିଶ୍ୱମ୍ଭର ଜେନା,ନଚିକେତା ପ୍ରଧାନ ଙ୍କ ସମେତ ସମସ୍ତ ସଦସ୍ୟ, ସ୍ବେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ, ରାଧାକୃଷ୍ଣ ପାଠାଗାର, ବରିଷ୍ଠ ନାଗରିକ ମଞ୍ଚ, ବିଶ୍ଵହିନ୍ଦୁ ପରିଷଦ, ରାଜ୍ୟ ମହିଳା ସଙ୍ଘ ଭଞ୍ଜନଗର ଶାଖା,ବାଉଁସଲୁଣ୍ଡି ନଡିଆ ସଙ୍ଘ, ସେର୍ଚ୍ଛାସେବୀ ବାର୍ଡ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘକୁ ସମର୍ଥନ ଜଣାଇ ଆନ୍ଦୋଳନରେ
ସାମିଲ ହୋଇଛନ୍ତି I ସରକାର ଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଇ ଏହି ଆନ୍ଦୋଳନ ବଳବତ୍ତର ରହିବ ବୋଲି ସଂଘ ଚେତାବନୀ ଦେଇଛି।

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here