ରାଉତି ହାଇ ସ୍କୁଲରେ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଶିବିର

0
261

ଭଞ୍ଜନଗର : ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ରାଉତି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ରାଉତି ଠାରେ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ତଥା ପ୍ରଶିକ୍ଷକ ଭାବେ ଜଗନ୍ନାଥ ପ୍ରସାଦ ଆଞ୍ଚଳିକ କଲେଜର ପ୍ରାଧ୍ୟାପକ ତଥା ଯୁବ ରେଡକ୍ରସ୍ କାଉନସିଲର ଶ୍ରୀଯୁକ୍ତ ଲୋକନାଥ ମହାନ୍ତି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ଶର୍ମିଷ୍ଠା ସାହୁ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଧେଶ୍ୟ ତଥା ଏହାର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ସାଧନ ବ୍ୟକ୍ତିତ୍ଵ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଥମିକ ସହାୟତା କଣ ? ସହାୟକଙ୍କ ଦାଇତ୍ୱ ସହ ଜୀବନ ରକ୍ଷା ପ୍ରଣାଳୀ DRABC, ରିକୋଭୋରି ପୋଜିସନ୍, CPR, କ୍ଷତ ଓ ରକ୍ତ ସ୍ରାବ, ଚୋକିଙ୍ଗ ଓ ପଟି, ପୋଡ଼ିଯିବା, ସାପ କାମୁଡା ଓ ଆହତ ବ୍ୟକ୍ତିଙ୍କୁ କିପରି ସ୍ଥାନାନ୍ତରିଣ ଆଦି ସମ୍ପର୍କରେ ବ୍ୟବହାରିକ ଭାବେ ପ୍ରଦର୍ଶନ କରି ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣରେ ସହାୟକ ଭାବେ ଡିଗ୍ରୀ କଲେଜ ଯୁବ ରେଡକ୍ରସ୍ ପରାମର୍ଶ ଦାତା ସରୋଜ କୁମାର ନାୟକ ଓ ସ୍ବେଚ୍ଛାସେବୀ ଅଶୋକ ବାରିକ ଓ ଶୋଭନ ସାହୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ସହ ସଂଯୋଜନା କରିଥିଲେ ଶିକ୍ଷୟତ୍ରୀ ଭାଗ୍ୟଶ୍ରୀ ନନ୍ଦ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରଧାନ ଶିକ୍ଷକ ବାଇରୀ ବେହେରା । ଏହି କାର୍ଯ୍ୟକ୍ରମରେ ହାଇ ସ୍କୁଲ୍ ରେ ପଢୁଥିବା ନବମ ଓ ଦଶମ ଶ୍ରେଣୀର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ସହିତ ପ୍ରାଥମିକ ସହାୟତା ବିଷୟରେ ନିଜେ ଅଭ୍ୟାସ କରିଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ସାରଳା ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶିକ୍ଷକ କାଶୀନାଥ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here