ଦିଗପହଣ୍ଡି ଶିବ ବେହେରା ହତ୍ୟାକାଣ୍ଡ ମାମଲାରେ ଜଣେ ଯୁବକ ଗିରଫ

0
323

ଦିଗପହଣ୍ଡି: ଦିଗପହଣ୍ଡି ଶିବ ବେହେରା ହତ୍ୟାକାଣ୍ଡ ମାମଲାରେ ଯୁବକ ଜଣଙ୍କ ଗିରଫ ହୋଇଛନ୍ତି । ଗିରଫ ଯୁବକ ଜଣଙ୍କ ହେଲେ ଶେଖ୍ ଶୁକ୍ରୁ । ଶେଖ୍ ଶୁକ୍ରୁଙ୍କ ନାମରେ ପୂର୍ବରୁ ୧୦ଟି ମାମଲା ଥିବା ପୋଲିସ ସୂଚନା ଦେଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇଠାରେ ଗତ ୯ ତାରିଖରେ ଶିବ ବେହେରାଙ୍କୁ ହତ୍ୟା କରାଯାଇଥିଲା । ଜୁଲାଇ ୧୦ ତାରିଖରେ ଶିବ ବେହେରା ହତ୍ୟାକାଣ୍ଡକୁ ନେଇ ଏକ ମାମଲା ଦିଗପହଣ୍ଡି ଥାନାରେ ରୁଜୁ ହୋଇଥିଲା । ମାମଲା ଆଧାରରେ ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ସମେତ ଏକ ଟିମ ତଦନ୍ତ ଜାରି ରଖିଥିଲେ । ବର୍ତ୍ତମାନ ହତ୍ୟାକାଣ୍ଡ ଭିଆଇଥିବା ହତ୍ୟାକାରୀକୁ ଗିରଫ କରାଯାଇଛି । ଏନେଇ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here