ଭଞ୍ଜନଗର ବ୍ଳକ୍ ରେ ବିଦ୍ୟା ପ୍ରବେଶ କାର୍ଯ୍ୟକ୍ରମ ଉଦଘାଟିତ

0
287

ଭଞ୍ଜନଗର : ପ୍ରଥମ ଶ୍ରେଣୀ ପିଲାଙ୍କ ଶିକ୍ଷଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ ତଥା ବିକାଶୋନ୍ମୁଖୀ କରିବା ପାଇଁ ଭଞ୍ଜନଗରରେ ଖେଳ ଆଧାରିତ ତ୍ରୟମାସିକ ବିଦ୍ୟା ପ୍ରବେଶ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି I ଏହି ଅବସରରେ ପ୍ରଥମ ଶ୍ରେଣୀ ପିଲାଙ୍କ ଶିକ୍ଷଣ ଦକ୍ଷତା ସହିତ ଅନ୍ୟାନ୍ୟ ସହଶୈକ୍ଷିକ ଦକ୍ଷତା ବୃଦ୍ଧି ଦିଗରେ ଓସେପା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଦ୍ୟା ପ୍ରବେଶ କାର୍ଯ୍ୟ ପୁସ୍ତିକାକୁ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶିକ୍ଷକ ମାନଙ୍କୁ ବିଦ୍ୟା ପ୍ରବେଶ ଶିକ୍ଷକ ସହାୟକ ପୁସ୍ତିକା ବଣ୍ଟନ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ଜାତୀୟ ଶିକ୍ଷାନୀତି-2020 ଅନୁସାରେ ପିଲାମାନଙ୍କର ପଠନ, ଲିଖନ ଏବଂ ଗଣନ ଦକ୍ଷତାର ମୂଳଦୁଆ ସ୍ଥାପନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି Iଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ଶିକ୍ଷା ଶାସ୍ତ୍ର ସଂଯୋଜକ(ପେଡାଗୋଜି) ସନ୍ତୋଷ କୁମାର ପଣ୍ଡା, ଭଞ୍ଜନଗରର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ସୁଶିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I ବଡକୋଦଣ୍ଡା ସି.ଆର୍.ସି.ସି ମୋହନ ସାହୁ କାର୍ଯ୍ୟକ୍ରମ ପରି ଚାଳନାରେ ସହଯୋଗ କରିଥିଲେ I

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here