ଡି.ସମର୍ପିତା ଦୋରା +୨ ବିଜ୍ଞାନରେ ବୁଗୁଡା ବ୍ଲକ ଟପର

0
281

ବୁଗୁଡା : ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ +୨ ବିଜ୍ଞାନ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ବୁଗୁଡା ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଡି.ସମର୍ପିତା ଦୋରା ୫୩୨ ମାର୍କ ରଖି ବୁଗୁଡା ବ୍ଲକ ଟପର ହେବାର ଗୌରବ ଅର୍ଜନ କରିଛନ୍ତି। ସେହିପରି ୟୁ ଦିବ୍ୟାନୀ ପାତ୍ର ୫୧୦ ମାର୍କ ରଖି ବିଦ୍ୟାଳୟ ସହ ବ୍ଲକରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୧୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୯ ଜଣ ପାସ କରିଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୪୨ ଜଣ ଓ ତୃତୀୟ ଶ୍ରେଣୀରେ ୩୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ମାତ୍ର ୪ ଜଣ ଫେଲ ହୋଇଥିବା ଜଣାପଡିଛି। ସେହିପରି ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ କରି ଶତପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେନାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୨ ଜଣ, ଦ୍ଵିତୀୟ ଶ୍ରେଣୀରେ ୮ ଜଣ ଓ ତୃତୀୟ ଶ୍ରେଣୀରେ ୩ ଜଣ ଉର୍ତ୍ତିନ୍ନ ହୋଇଛନ୍ତି। ଏହି ୩୩ ଜଣଙ୍କ ମଧ୍ୟରେ ସ୍ମିତାରାଣୀ ନାୟକ ୪୮୪ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ହୋଇଥିବା ବେଳେ ସୁବ୍ରାନସୁସେନ ପାଣିଗ୍ରାହୀ ୪୭୪ ମାର୍କ ରଖି ଦ୍ଵିତୀୟ ଓ ମନୀଷା ଗୌଡ଼ ୪୬୧ ମାର୍କ ରଖି ସ୍କୁଲରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟତମ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଉତ୍ତୀର୍ଣ୍ଣ ହୋଇ ପରୀକ୍ଷା ଫଳ ଶତପ୍ରତିଶତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୧୨ ଜଣ ପ୍ରଥମ ଶ୍ରେଣୀ , ୧୩ ଜଣ ଦ୍ଵିତୀୟ ଶ୍ରେଣୀ ଓ ୧୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରକାଶ ଚନ୍ଦ୍ର ଜେନା ମୋଟ ୪୩୭ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here