ତୁରନ୍ତ ମେଡ଼ିକାଲ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ; ଉତ୍କଳ ସାମ୍ବାଦିକ ସଂଘ

0
484

ଭଞ୍ଜନଗର: ଦୀର୍ଘ ଦିନ ହେଲା ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି।ଏବେ ପୁଣି ଏକ ସଙ୍ଗେ ୩ଜଣ ଡାକ୍ତରଙ୍କ ବଦଳି ଯୋଗୁଁ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି।ଏହି ଡାକ୍ତରଖାନା ଉପରେ ଗଞ୍ଜମ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ବହୁ ରୋଗୀ ନିର୍ଭର କରୁଥିବାରୁ ପ୍ରତିଦିନ ଶହ ଶହ ସଂଖାରେ ରୋଗୀଙ୍କ ଭିଡ଼ ଲାଗି ରହିଥାଏ।ଏଠାରେ ବିଭିନ୍ନ ବିଭାଗରେ ମୋଟ ୨୪ଜଣ ଡାକ୍ତର ରହିବା ବଦଳରେ ବର୍ତ୍ତମାନ ୧୧ଜଣ ଡାକ୍ତର ରହିଛନ୍ତି।ସେହିପରି ଆବଶ୍ୟକତା ଅନୁସାରେ ନର୍ସ ଉପଲବ୍ଧ ନଥିବା ବେଳେ ଲାବରେଟୋରି ଟେକ୍ନିସିଅନ ପଦବୀ ଖାଲି ପଡ଼ିଛି।ଫିଜିଓଥେରାପି କର୍ମଚାରୀ ଜଣେ ୩ମାସ ହେଲା ନିଯୁକ୍ତି ପାଇଥିଲେ ମଧ୍ୟ କୌଣସି ଯନ୍ତ୍ରପାତି ନଥିବାରୁ ସେ ବସି ବସି ଦରମା ପାଉଛନ୍ତି।ବିଭିନ୍ନ ବିଭାଗର ଡାକ୍ତର ନଥିବାରୁ ସାମାନ୍ୟ ଚିକିତ୍ସା ପାଇଁ ମଧ୍ୟ ରୋଗୀଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଉଛି।ଫଳରେ ଜରୁରୀ ସମୟରେ ମଧ୍ୟ ଆମ୍ବୁଲାନ୍ସ ନପାଇ ବହୁ ରୋଗୀ ହଇରାଣ ହରକତ ହେଉଛନ୍ତି।ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସୋମବାର ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଉପଜିଲ୍ଲାପାଳ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ଏକ ଦାବିପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କୁ ପ୍ରଦାନ କରାଯାଇଛି।ଯଥାଶୀଘ୍ର ମେଡ଼ିକାଲ ରେ ଲାଗିରହିଥିବା ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସଂଘ ଚେତାବନୀ ଦେଇଛି।ଏସମ୍ପର୍କରେ ସିଡିଏମଓଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବା ପାଇଁ ଉପଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି।ଏଥିରେ ୟୁଜେଏ ର ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଉପସଭାପତି ପ୍ରଦୀପ କୁମାର ସ୍ୱାଇଁ, ଜିଲ୍ଲା ସଂଯୋଜକ ବିଶ୍ବମ୍ବର ଜେନା,ସହ ସମ୍ପାଦକ ନିଲୁ ବିଷୋୟୀ, ବ୍ଲକ ସଂଯୋଜକ ନଚିକେତ ପ୍ରଧାନ, କୋଷାଧ୍ୟକ୍ଷ ଭବାନୀ ପାଳ, ଅମରେନ୍ଦ୍ର ପଟ୍ଟନାୟକ, ସନ୍ତୋଷ ପ୍ରଧାନ, ଗିରିସ ସାହୁ, ଉଦୟନାଥ ପଣ୍ଡା, ବବି ରଥ,ରଂଜିତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here