ନିଖିଳ ଓଡ଼ିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଙ୍ଘର ନିର୍ବାଚନୀ ସଭା ଅନୁଷ୍ଠିତ

0
555

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ଏଲିମେଣ୍ଟରୀ ବିଏଡ଼ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ (ଏଓଇଟିଜିଟିଏ) ସଂଘର ଏକ ସାଙ୍ଗଠନିକ ନିର୍ବାଚନ ସଭା ବ୍ରହ୍ମପୁର ଗେଟ୍ ବଜାର ସ୍ଥିତ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଭାପତି ପ୍ରଫୁଲ୍ଲ କୁମାର ଦାଶ ସଭାପତିତ୍ବ କରିବା ସହ ଜିଲ୍ଲା ସାଧାରଣ ସମ୍ପାଦକ ନାରାୟଣ ସାହୁ ଓ ଜୋନାଲ ସମ୍ପାଦକ ଶ୍ରୀ ନିରଞ୍ଜନ ପଣ୍ଡା ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ । ଏହି ସଭାରେ ନିଖିଳ ଓଡ଼ିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଙ୍ଘ ନିମନ୍ତେ ଜିଲ୍ଲା ସଭାପତି ଭାବେ ଶ୍ରୀ ଗୌତମ ପ୍ରଧାନ,କାର୍ଯ୍ୟକାରୀ ସଭାପତି ଭାବେ ରାଜେଶ କୁମାର ପ୍ରଧାନ ଏବଂ ଉପ-ସଭାପତି ଭାବେ ସୁଷମା ପାଠୀ ଓ ଅରୁଣ କୁମାର ସ୍ବାଇଁ,ସାଧାରଣ ସମ୍ପାଦକ ଭାବେ ନିରଞ୍ଜନ ପଣ୍ଡା,ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ସସ୍ମିତାରାଣୀ ମିଶ୍ର,ସଙ୍ଘଠନ ସମ୍ପାଦକ ଭାବେ ଲକ୍ଷ୍ମୀକାନ୍ତ ପଣ୍ଡା,କୋଷାଧ୍ୟକ୍ଷ ଭାବେ ମଳୟ କୁମାର ମହାପାତ୍ର,ମିଡ଼ିଆ ସଂଯୋଜକ ଭାବେ ସଞ୍ଜୟ କୁମାର ସାହୁ ନିର୍ବାଚିତ ହୋଇଛନ୍ତି ।ଏଥି ସହ ରାଜ୍ୟ ସଂଗଠନ ନିମନ୍ତେ ସୁରତ କୁମାର ମିଶ୍ର,ରବୀନ୍ଦ୍ର କୁମାର ଗୌଡ଼,ହୃଷୀକେଶ ଦାସ,ଭାସ୍କର ରେଡ୍ଡୀ ଓ ବସନ୍ତ କୁମାର ପାଣି ଜିଲ୍ଲା ତରଫରୁ ପ୍ରତିନିଧତ୍ଵ କରିଛନ୍ତି। ଉକ୍ତ ସଂଘର ସୁପରିଚାଳନା ଓ ଦିଗ୍ଦର୍ଶନ ନିମନ୍ତେ ସର୍ବଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାଶ,ନାରାୟଣ ସାହୁ,ରାମଚନ୍ଦ୍ର ପଣ୍ଡା, ତାରିଣୀ ଚରଣ ନାହାକ,ଅବନୀ କୁମାର ପାଢ଼ୀ ଓ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ପ୍ରଭୂତିଙ୍କୁ ଉପସ୍ଥିତ ସମସ୍ତ ସଦସ୍ୟ ମନୋନୀତ କରିଛନ୍ତି। ଆଗାମୀ ଦିନରେ ସଂଘଦ୍ୱାରା ଜିଲ୍ଲାର ସମସ୍ତ ଵିଏଡ ଶିକ୍ଷକମାନଙ୍କୁ ଏକତ୍ରିତ କରାଇ ବହୁଦିନରୁ ରହି ଯାଇଥିବା ଦାବି ଗୁଡ଼ିକୁ ହାସଲ କରିବା ପାଇଁ ଚେଷ୍ଟା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ,ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ସଚିବ, ନିର୍ଦ୍ଦେଶକ, ଜିଲ୍ଲାପାଳ,ଜିଲ୍ଲା ଶିକ୍ଷାଧିକାରୀ,ବ୍ଲକ ଶିକ୍ଷାଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତି ନିଆଗଲା।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here