ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ବିଦାୟକାଳୀନ ସଭା

0
257

ବୁଗୁଡା : ବୁଗୁଡା ପିପୁଲସ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ +୩ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟକାଳୀନ ସଭା ଜୁଲାଇ ୨୩ ତାରିଖ ଦିନ ବୁଦ୍ଧଖୋଲ ଠାରେ ଅନୁଷ୍ଠିତ ହୋଇଯାଇଛି। କଲେଜର ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା। ଅତିଥିଭାବେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ସଞ୍ଜୟ କୁମାର ପ୍ରଧାନ, ଅଧ୍ୟାପକ ସଞ୍ଜୟ କୁମାର ସାହୁ, ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ଦାଶ, ଓ କ୍ରୀଡା ଶିକ୍ଷକ କ୍ରୀଷ୍ଣା ରାଓ ପାତ୍ର ଯୋଗ ଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଓ କର୍ତ୍ତବ୍ୟ ବିଷୟରେ ପରାମର୍ଶ ପ୍ରଦାନ କରିଥିଲେ। ଶେଷରେ ବିଭାଗୀୟ ଛାତ୍ର ରାଜେଶ କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here