ସଫଳତାର ଆଉ ଏକ ପାହାଚରେ ବ୍ରହ୍ମପୁର ର ଅକ୍ସଫୋର୍ଡ ପବ୍ଲିକ ସ୍କୁଲ

0
1032

ଵ୍ରହ୍ମପୁର:ବ୍ରହ୍ମପୁର ସଦ୍ୟପ୍ରକାଶୀତ ସି,ବି,ଏସ,ସି ର ଦଶମ ଶ୍ରେଣୀ ପରୀକ୍ଷା ଫଳ ରେ ବ୍ରହ୍ମପୁର ସ୍ଥିତ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଦ୍ଭୂତପୂର୍ବ ସଫଳତା ହାସଲ କରି ଅନୁଷ୍ଠାନ ର ପଦମର୍ଯ୍ୟଦାକୁ ଦ୍ବିଗୁଣିତ କରିଛି। ବିଗତ ଚାରିବର୍ଷଧରି ସତପ୍ରତିସତ ଶଫଳତା ନେଇ ବ୍ରହ୍ମପୁର ସହରରେ ଇଂରେଜି ମାଧ୍ୟମ ବିଦ୍ୟାଳୟ ମଧ୍ୟରେ ଏକ ସ୍ବତନ୍ତ୍ରସ୍ଥାନ ବଜାୟ ରଖିଥିବା ଏହି ବିଦ୍ୟାଳୟ ଚଳିତ ବର୍ଷ ମଧ୍ୟ ଏହି ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ପାଇଛି। ଶିକ୍ଷାବର୍ଷ ୨୦୨୧-୨୦୨୨ ରେ ଦଶମ ଶେଣୀ ପରୀକ୍ଷା ଦେଇଥିବା ମୋଟ ୫୧ ଜଣ ଛାତ୍ର ଛାତ୍ରୀ ମଧ୍ୟରୁ ଶୁଶ୍ରୀ ମିଲନ ଷଡଙ୍ଗୀ ୯୭.୦୨ % ପ୍ରାପ୍ତକରି ଅନୁଷ୍ଠାନର ସର୍ବାଗ୍ର ସ୍ଥାନ ପାଇଛନ୍ତି । ଏହି ସଫଳତା ପାଇଁ ଅନୁଷ୍ଠାନ ର ନିର୍ଧେଶକ ଶ୍ରୀଯୁକ୍ତ ଅଶୋକ କୁମାର ପାଳ ସମେତ ପରିଚାଳନା ସମିତିର ସମସ୍ତ ସଦସ୍ୟ ତଥା ଶିକ୍ଷକ ଓ ଶିକ୍ଷୟିତ୍ରୀ ଖୁସି ପ୍ରକାଶ କରି ସଫଳତା ପାଇଥିବା ଛାତ୍ର ଛାତ୍ରୀ ଓ ତାଙ୍କ ଅଭିଭାବକଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞ।ପନ କରିଛନ୍ତି

LEAVE A REPLY

Please enter your comment!
Please enter your name here