ବ୍ୟାଙ୍କରେ ଲିଙ୍କ ଅନିୟମିତତା ନେଇ ଗ୍ରାହକ ହଟହଟା, କର୍ମଚାରୀ ହତାଶ

0
452

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଅବ୍ୟବସ୍ଥା ଦେଖାଯାଇଥିବା ଜଣାପଡିଛି l ଉକ୍ତ ଶାଖାରେ ଦୀର୍ଘ ୧୦ ଦିନ ଧରି ଲିକଂ ରହୁନଥିବାରୁ ହନ୍ତସନ୍ତ ହେଉଛନ୍ତି ଗ୍ରାହକ। ଏହି ଶାଖାକୁ ଆଖପାଖ ଅଞ୍ଚଳରୁ ଶହଶହ ସଂଖ୍ୟାରେ ଗ୍ରାହକ ଦୈନିକ ଆସୁଥିବା ବେଳେ ଟକାଂ ଉଠାଣ, ଡିପୋଜିଟ ଏପରିକି ପାସ୍ ବୁକ୍ ପ୍ରିଣ୍ଟ ମଧ୍ୟ ହୋଇ ପାରୁନି। ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଗ୍ରାହକ ଅଟୋ ଯୋଗେ ଆସି ବାରମ୍ବାର ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ସେପଟେ ଚାଷ କାର୍ଯ୍ୟ ଜୋର୍ ସୋର୍ ରେ ଚାଲିଥିବା ବେଳେ ଚାଷୀମାନେ ମଧ୍ୟ ଟକାଂ ଉଠାଇ ନପାରି ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି।ଦୀର୍ଘ ୧୦ ଦିନ ଧରି ଏହି ବ୍ଯାକଂ ରେ ଲିକଂ ଫେଲ୍ ହୋଇ ଯାଇଥିବା ବେଳେ ବ୍ଯାକଂ ର କୌଣସି କାର୍ଯ୍ଯ କରିବା ସମ୍ଭବପର ହୋଇ ପାରୁନି ବୋଲି କହିଛନ୍ତି ବ୍ଯାକଂ ଶାଖା ପରିଚାଳକ। ସେପଟେ ଏନେଇ ବିଏସଏନଏଲ କର୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହେଉ ନଥିବା ସେ ପ୍ରକାଶ କରିଛନ୍ତି। ତେବେ ତୁରନ୍ତ ଉଚ୍ଚ କତୃପକ୍ଷ ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗ୍ରାହକ।

LEAVE A REPLY

Please enter your comment!
Please enter your name here