ମୃତ କୃଷ୍ଣଚନ୍ଦ୍ରଙ୍କ ପରିବାରଙ୍କୁ ବିଡେକା ତରଫରୁ ସହାୟତା ପ୍ରଦାନ

0
232

ଭଞ୍ଜନଗର: ବେଙ୍ଗାଲୁରୁ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଭଞ୍ଜନଗର ବ୍ଲକ ମୁଦୁଲି ପଲି ପଞ୍ଚାୟତ ହାସନପଲି ଗ୍ରାମର ଭାଗ୍ୟଧର ନାଇକଙ୍କ ପୁଅ କୃଷ୍ଣଚନ୍ଦ୍ର ନାଇକଙ୍କ ଗତ ଗୁରୁବାର ନିଜ ଗ୍ରାମକୁ ଫେରୁଥିବା ବେଳେ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲା ତେଡ଼େପାଲି ଗୁଡମ ଠାରେ ହାଠାତ୍ ଅସୁସ୍ଥତା କାରଣରୁ ତାଙ୍କୁ ନିକଟସ୍ଥ ମେଡ଼ିକାଲକୁ ନିଆଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ହେଲେ କୃଷ୍ଣଚନ୍ଦ୍ରଙ୍କ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କ ମୃତଦେହକୁ ନିଜ ଗ୍ରାମକୁ ଆଣିବା ସମ୍ଭବପର ନଥିଲା।ଖବର ପାଇ ବିପଦର ବନ୍ଧୁ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ମାନେ ଓ ସ୍ଥାନୀୟ ସରପଞ୍ଚ କାହ୍ନୁ ଚରଣ ପ୍ରଧାନ ସହଯୋଗର ହାତ ବଢ଼େଇ ଥିଲେ।ଯାହା ଫଳରେ ତିନିଦିନ ପରେ ୧୦ତାରିଖ ଦିନ କୃଷ୍ଣଚନ୍ଦ୍ରଙ୍କ ମୃତଦେହ ଭିଟାମାଟିରେ ପହଞ୍ଚି ଥିଲା।ଏହି ଦୁର୍ବଳ କାର୍ଯ୍ୟ ସକାଶେ ମୃତ କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ବିଡେକା,ଭଞ୍ଜନଗର ତରଫରୁ ବୁଧବାର ୧୦ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଭଞ୍ଜନଗର ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ଗୋକୁଳ ଚନ୍ଦ୍ର ପାଢ଼ୀଙ୍କ ସମେତ ଅନ୍ୟ କର୍ମଚାରୀ ଓ ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟଙ୍କ ଉପସ୍ଥିତିରେ ମୃତ କୃଷ୍ଣଚନ୍ଦ୍ରଙ୍କ ପୁତ୍ରକୁ ଏହି ଚେକଟି ପ୍ରଦାନ କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here