ମସିହାଖାଲି ସେବା ସମବାୟ ସମିତି ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ସୁରେଶ ସେଠି

0
238

କୁକୁଡାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମସିହାଖାଲି ସେବା ସମବାୟ ସମିତିର ଗତକାଲି ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ପୂର୍ବରୁ ଚଉଦ ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇଥିଲେ ।ଅନୁସୂଚିତ ଜନଜାତିର କୌଣସି ସଦସ୍ୟ ନଥିବା ଯୋଗୁଁ ଉକ୍ତ ପଦବିଟି ଖାଲିପଡିଛି ।ଦୁଇ ଜଣ ନିର୍ଦ୍ଦେଶକ ସୁରେଶ ସେଠି ଏବଂ ପର୍ଶୁରାମ ସାହୁ ସଭାପତି ସକାଶେ ମନୋନୟନ ପତ୍ର ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ପର୍ଶୁରାମ ସାହୁ ପ୍ରତ୍ୟାହାର କରିବା ଯୋଗୁଁ ନିର୍ବାଚନ ଅଧିକାରୀ ସୁନିତା କୁମାରୀ ପଟ୍ଟନାୟକ ସୁରେଶ ସେଠୀଙ୍କୁ ସଭାପତି ଭାବେ ବିଜୟୀ ଘୋଷଣା କରିଥିଲେ।ଏଥିରେ ନିର୍ବାଚିତ ନିର୍ଦ୍ଦେଶକମାନେ ହେଲେ ଚିତ୍ତରଞ୍ଜନ ନନ୍ଦ,ବିଦ୍ୟାଧର ଜେନା,ବି.ସୁଭଦ୍ରା ଦୋରା,କେ. ଚକ୍ରପାଣି,ଭାସ୍କର ସାହୁ,ରାଜେନ୍ଦ୍ର ପାଣିଗ୍ରାହୀ,ନରସିଂହ ସାହୁ,କାଳୁଚରଣ ଡାକୁଆ,ପର୍ଶୁରାମ ସାହୁ,ପ୍ରିୟମ୍ବଦା ପାଢ଼ୀ,ପୁଷ୍ପାଞ୍ଜଳି ଗୌଡ଼,ଇ. ଅଶୋକ କୁମାର,ଏସ୍. ଭଗବାନ ପାତ୍ର ।ସୁରେଶ ଆଜି ନିଜ ସମର୍ଥକ ଓ ନିର୍ଦ୍ଦେଶକ ମାନଙ୍କ ଗହଣରେ ସଭାପତି ଦାଇତ୍ୱ ଗ୍ରହଣ କଲେ ।ନିର୍ଦ୍ୱନ୍ଦ୍ୱରେ ନବନିର୍ବାଚିତ ସଭ୍ୟ ଓ ସଭାପତିଙ୍କୁ କୁକୁଡ଼ାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଉପାଧ୍ୟକ୍ଷା ଵିଷ୍ଣୁପ୍ରିୟା ପାତ୍ର,ବିଧାୟକ ପ୍ରତିନିଧି ଉଦୟ ବେହେରା,ଜିଲ୍ଲା ଭିନ୍ନକ୍ଷମ ନେତା କେ.ମଣିବାବୁ,ସାଂସଦ ପ୍ରତିନିଧି ଟି.ରଘୁପ୍ରସାଦ ପାତ୍ର,ସମିତି ସଭ୍ୟା କେ. ସୁନିତା,କେ.ଲକ୍ଷ୍ମୀ ନାରାୟଣ, ସମିତି ସଭ୍ୟ କାନ୍ହୁ ଚରଣ ପାତ୍ର,ବାଇଗଣବାଡ଼ି ସଭାପତି ସୁଧୀର ରାଉତ,ଭବାନୀ ଶଙ୍କର ବିଶ୍ୱାଳ,ବୋରିଗାଁ ସଭାପତି ସୁରେଶ ସାହୁ,ପୂର୍ଣ୍ଣ ଚନ୍ଦ୍ର ନାୟକ,ମଧୁସୂଦନ ପଣ୍ଡା,ବାବୁଲା ଗୌଡ଼,ଶଙ୍କରର୍ଷଣ ପାଣିଗ୍ରାହୀ,ଏମ୍. ଗଣପତିଙ୍କ ସମେତ ସେବା ସମବାୟ ସମ୍ପାଦକ ଦିପକ କୁମାର ବିଷୋୟୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ ।ସଭାପତି ସୁରେଶ ସେଠୀଙ୍କ ସହଧର୍ମିଣୀ ସୁନିତା ସେଠି ବର୍ତ୍ତମାନ ଆଙ୍କୁଶପୁର ପଞ୍ଚାୟତର ସମିତି ସଭ୍ୟା ଭାବେ କାର୍ଯ୍ୟ କରୁଛନ୍ତି ।ସଦର ଥାନା ଏଏସଆଇ ଶଙ୍କର ଦଳେଇ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷାକରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here