ସର୍ବ ଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍: ଓଡ଼ିଶା ଟିମ୍ ର ତାମିଲନାଡୁ ଯାତ୍ରା

0
328

ଭୁବନେଶ୍ଵର : ତାମିଲନାଡୁର କେଟି, ଓଟି ଠାରେ ଚଳିତ ମାସ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ସର୍ବ ଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ୧୫ ଜଣିଆ ଦଳ ଆଜି ଦିନ ୧୨ଟା ସମୟରେ ତାମିଲନାଡୁ ଯାତ୍ରା କରିଛନ୍ତି ।

ଏହି ଚମ୍ପିୟନସିପ୍ ରେ ୨୮ଟି ରାଜ୍ୟ ଅଂଶ ଗ୍ରହଣ କରୁଛନ୍ତି । ୫ ଦିନର ପ୍ରଶିକ୍ଷଣ ଶିବିର ପରେ ଓଡ଼ିଶା ଦଳ ଘୋଷଣା କରାଯାଇଥିଲା । ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ସଭାପତି ସୁରଜ ମିଶ୍ର, ସମ୍ପାଦକ ଶିଥିଲ୍ କୁମାର ପଣ୍ତା ଏବଂ ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ମୁଖ୍ୟ କୋଚ୍ ଚ଼କ୍ରଧର ମାଝି ଓଡ଼ିଶା ଦଳର ଖେଳାଳୀମାନଙ୍କୁ ଶୁଭେଛା ଜଣାଇଥିଲେ । ଓଡ଼ିଶା ଦଳ ନିଶ୍ଚିତ ଭାବେ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି ।
ଓଡିଶା ଦଳ –

ମାନସ ସାହୁ (ଅଧିନାୟକ), ପୁଷ୍ପମିତ୍ର ମହାନ୍ତି, ପ୍ରକାଶ ସାହୁ, ଅନୁଭବ ଖଟୁଆ, ସନ୍ତୋଷ ପ୍ରଧାନ, ଶେଖର ସ୍ୱାଇଁ, ରଂଜିତ କୁଣ୍ଡୁ, ସମ୍ପୂର୍ଣ ରଥ (ଉପ ଅଧିନାୟକ), ସୁନିଲ ମଲ୍ଲିକ, ଭିକି ଡିଗାଲ, ପୁଣ୍ୟପ୍ରସୂନ ମହାନ୍ତି, ଅରବିନ୍ଦ ସାହୁ, ସାଗର ରାଉତରାୟ ।

କୋଚ୍ – ରଞ୍ଜନ ମହାନ୍ତି, ସୋମନାଥ ପରିଡ଼ା ମ୍ୟାନେଜର

LEAVE A REPLY

Please enter your comment!
Please enter your name here