ପାରଳାଖେମୁଣ୍ଡି ରେଳଷ୍ଟେସନ ର ଉଚ୍ଚତା ଏବଂ ରୂପରେଖା ବଦଳାଇବା ପାଇଁ ପ୍ରକଳ୍ପ ମଞ୍ଜୁରି ହୋଇଛି!

0
248

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ରେଳଷ୍ଟେସନ କୁ  ଡି ଆର୍ ଏମ୍ ଙ୍କ ଗ୍ରସ୍ତ ସୁଣିବା ପରେ ସ୍ଥାନୀୟ ଲୋକେ ଏହି ସମସ୍ୟା ର ସମାଧାନ ପାଇଁ ପାରଳାଖେମୁଣ୍ଡି ରେଳଷ୍ଟେସନ ରେ ଅପେକ୍ଷା କରିଥ ରହିଥିବା ବେଳେ ବୁଧବାର ଅପରାହ୍ନ ସମୟରେ ପାଖାପାଖି ଅପରାହ୍ନ ୩ଘଣ୍ଟା ସମୟରେ ଏକ ସ୍ୱତନ୍ତ୍ର ରେଳ ଯୋଗେ ପାରଳାଖେମୁଣ୍ଡି ରେଳଷ୍ଟେସନ ରେ ଓହ୍ଲାଇ ଏଠାରେ ସାଧାରଣ ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହିତ ସ୍ତାନିୟ ବୁଦ୍ଧିଜୀବୀ ଙ୍କ ସହିତ ଆଲୋଚନା କରିଥିଲେ ଓ ସେଠାରେ ଡି ଆଉ ଏମ କହିଛନ୍ତି ଯେ ଆସନ୍ତା ୨ମାସ ମଧ୍ୟରେ ପାରଳାଖେମୁଣ୍ଡି ଷ୍ଟେସନର ରୂପରେଖାର ପରିବର୍ତ୍ତନ ସହିତ ପ୍ଲାଟଫର୍ମ ଉଚ୍ଚତା ବୃଦ୍ଧି ସହ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ସୁବିଧା ର  ବ୍ୟବସ୍ଥା କରାଯିବ । ଏଥିପାଇଁ ପ୍ରକଳ୍ପ ମଧ୍ୟ ମଞ୍ଜୁରୀ ହୋଇସାରି ଟଙ୍କା ଆସିସାରିଛି । ଅତିଶୀଘ୍ର ଏହାର ଟେଣ୍ଡର ପ୍ରକ୍ରିୟା ସରିବା ପରେ କାମ ଆରମ୍ଭ କରାଯିବ । ଯେତେ ଶୀଘ୍ର ସମ୍ଭବ ଏହା ସମ୍ପୂର୍ଣ୍ଣ କରାଯିବ । ବୁଧବାର ଗସ୍ତ ସମୟରେ ପାରଳାଖେମୁଣ୍ଡି ଠାରେ ସ୍ତାନିୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଶାଖପାଟଣା ରେଳ ଡିଭିଜନର ଡିଆରଏମ୍ ଅନୁପ ଶତପଥୀ ।
ଏହି ସମୟରେ ସ୍ଥାନୀୟ ଲୋକେ ରେଳଯାତ୍ରା ସମୟରେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେନେଇ ତିଆରଏମଙ୍କୁ ଅବଗତ କରାଇବା ସହ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଡିଆରଏମ ଅନୁପ ଶତପଥୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ , ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ଏଠାକାର ମୁଖ୍ୟ ସମସ୍ୟା ହେଉଛି ପ୍ଲାଟଫର୍ମ ।
ତେଣୁ ଏହାର ସମାଧାନ ପାଇଁ ଲୋକେ ଦାବି କରିଛନ୍ତି । ଏଥିପାଇଁ ରେଳ ବିଭାଗ ମଧ୍ୟ ସଚେତନ ରହିଛି । ତେଣୁ ଏହାର ଉଚ୍ଚତା ବୃଦ୍ଧି ପାଇଁ ବର୍ତ୍ତମାନ ଟଙ୍କା ଆସି ସାରିଛି । ଏହାର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି । ଏହା ସରିବା ପରେ ୨ମାସ ମଧ୍ୟରେ କାମ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here