ସାମାଜିକ ବାସନ୍ଦ ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା

0
287

ଵ୍ରହ୍ମପୁର:ମାନବବାଦୀ ହେତୁବାଦୀ ସଂଗଠନର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଟାଉନହଲ୍ ଠାରେ ସାମାଜିକ ବାସନ୍ଦ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି । ସଂଗଠନର କର୍ମକର୍ତ୍ତା ଲକ୍ଷ୍ମଣ ଚନ୍ଦ୍ର ଘରାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ କେ ଦେଶିରାଜୁ ଆଚାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।
କର୍ମଶାଳାରେ ସାମାଜିକ ବାସନ୍ଦର ଶିକାର ହୋଇଥିବା ବିଭିନ୍ନ ଗ୍ରାମର ପିଡୀତ/ପିଡୀତାମାନେ ଯୋଗଦେଇ ନିଜ ନିଜର ବ୍ୟକ୍ତିଗତ ଅନୁଭୂତିକୁ ବ୍ୟକ୍ତ କରିଥିଲେ । ଏହାବ୍ୟତୀତ ଏହି ପ୍ରସଙ୍ଗରେ ଗବେଷଣାରତ ବିଶିଷ୍ଟ ଲେଖିକା ତଥା ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଡଃ ବିଧୂପ୍ରଭା ରଥ, ମାନବବାଦୀ ହେତୁବାଦୀ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦିକା ବାସନ୍ତୀ ଆଚାର୍ଯ୍ୟ ଓ ବିଶିଷ୍ଟ ସ୍ତମ୍ଭକାର ଭାଲଚନ୍ଦ୍ର ଷଡ଼ଙ୍ଗୀ ଅତିଥି ଭାବରେ ଯୋଗ ଦେଇଥିଲେ । ସେମାନେ ନିଜ ବକ୍ତବ୍ୟରେ ଜନଗଣଙ୍କ ମଧ୍ୟରେ ସଚେତନତାର ଅଭାବ, ଜାତି-ଧର୍ମର ବିଦ୍ଵେଷ ଓ ଅନ୍ଧବିଶ୍ୱାସ କାରଣରୁ ଆମ ମାଲକାନଗିରି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଗ୍ରାମରେ ସାମାଜିକ ବାସନ୍ଦର ଘଟଣା ଲଗାତାର ଘଟିବାରେ ଲାଗିଛି । ସମାଜର କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସଂଖ୍ୟାଗରିଷ୍ଠତାର ବଳରେ ନିଆଯାଉଥିବା ଏଭଳି ପଦକ୍ଷେପ ଏକାଧାରରେ ବେଆଇନ, ସମ୍ଵିଧାନ ବିରୋଧୀ ଏବଂ ଅମାନବିକ ପଦକ୍ଷେପ ମାତ୍ର । ଏଭଳି ପଦକ୍ଷେପ ଦ୍ଵାରା ପିଡୀତ ବ୍ୟକ୍ତି ବା ବ୍ୟକ୍ତି ସମୂହର ସମ୍ଵିଧାନ ପ୍ରଦତ୍ତ ଅଧିକାର ଓ ଆତ୍ମସମ୍ମାନର ଖୋଲା ଉଲଂଘନ ଅଟେ । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ଢାଞ୍ଚାରେ ସାମାଜିକ ବାସନ୍ଦର ପ୍ରତିହତ ପାଇଁ ଏକ ସ୍ଵତନ୍ତ୍ର ଆଇନର ପ୍ରଣୟନ କରିବାକୁ ଦାବି କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଦିବାସୀ ସଂଘର ନେତା ଘେନୁ ମୁଦୁଲି, ଅରୂପ ହାଲଦାର, ଅମୃତ ମଣ୍ଡଳ, ହରିପଦ ରାୟ, ସନାତନ ବିଶ୍ୱାସ, ପ୍ରସଂଜିତ, ଗୋପାଳରାଜା ମଣ୍ଡଳ, ପ୍ରଦୀପ ମଣ୍ଡଳଙ୍କ ସମେତ ଅନେକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here