ସିଟିଏମ୍ଏସ୍ ର ପଞ୍ଜିକୃତ ସାଂସ୍କୃତିକ ଦଳ ମାନଙ୍କ ଚୟନ ୨ ତାରିଖ ଠାରୁ ଆରମ୍ଭ ହେବ

0
245

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସାଂସ୍କୃତିକ ଦଳ ମାନଙ୍କୁ ଚୟନ କରାଯାଇ ଜିଲ୍ଲାରେ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାରେ ତାଲିକାଭୁକ୍ତ କରାଯିବ । ଏଥି ସକାଶେ ପୂର୍ବରୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିୟମ ପ୍ରକାରେ ସିଟିଏମ୍ଏସ୍ ଓ୍ବେବ୍ ପୋର୍ଟାଲରେ ପଞ୍ଜିକୃତ କରିଥିବା ସମସ୍ତ ଦଳଙ୍କୁ ପର୍ଯ୍ୟାୟ କ୍ରମେ ଜିଲ୍ଲା ସ୍ତରକୁ ଡକାଇ ଚୟନ ପ୍ରକ୍ରିୟା କରାଯିବ । ଆସନ୍ତା ଜୁଲାଇ ମାସ ୨ ତାରିଖ ଠାରୁ ଜିଲ୍ଲା ସଂସ୍କୃତି ଭବନ, ଛତ୍ରପୁର ଠାରେ ପୂର୍ବାହ୍ନ ୧୦ ଘ. ଠାରୁ ଚୟନ ପ୍ରକ୍ରିୟା ଆରମ୍ଭ ହେବ । ଏଥି ସକାଶେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ପଞ୍ଜିକରଣ କରିଥିବା ସଂପୃକ୍ତ ସାଂସ୍କୃତିକ ଅନୁଷ୍ଠାନ ଗୁଡିକୁ ସେମାନଙ୍କର ମେଲ୍ ଓ ହ୍ବାଟ୍ସ ଆପ୍ ଜରିଆରେ ତାରିଖ ଏବଂ ସମୟ ଜଣାଇ ଦିଆଯିବ । ଉକ୍ତ ସମୟରେ ସଂପୃକ୍ତ ଅନୁଷ୍ଠାନର କଳାକାରଗଣ ଚୟନରେ ଅଂଶ ଗ୍ରହଣ କରିବା ଜରୁରି । ଚୟନ ରେ ଅଂଶ ଗ୍ରହଣ କରିଥିବା ଦଳ ମାନଙ୍କୁ ହିଁ ତାଲିକା ଭୁକ୍ତ କରାଯିବ । କେବଳ ତାଲିକାଭୁକ୍ତ ଦଳ ମାନଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସିଟିଏମ୍ଏସ୍ ନିୟମ ଅନୁଯାୟୀ କାର୍ଯ୍ୟକ୍ରମ ପରିବେଷଣ କରିବାର ସୁଯୋଗ ପାଇବେ ।
ଆବେଦନ ପ୍ରକାରେ ସଂପୃକ୍ତ ସାଂସ୍କୃତିକ ଅନୁଷ୍ଠାନ ଗୁଡିକର ଇ-ମେଲ୍ / ହ୍ବାଟ୍ସ ଆପ୍ ଯାଂଚ୍ କରି ଚୟନ ପ୍ରକ୍ରିୟାରେ ଯୋଗଦେବା ନିମନ୍ତେ ଧାର୍ଯ୍ୟ ତାରିଖ ଓ ସମୟ ରେ ଉପସ୍ଥିତ ହେବାପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ କୁମାର ପରିଡା ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here