ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂତନ କଳାକୃତି

0
263

ଵ୍ରହ୍ମପୁର: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂତନ କଳାକୃତି l ବାଉଁଶରେ ନିର୍ମାଣ କଲେ ନନ୍ଦିଘୋଷ ରଥ l ପ୍ରତି ବର୍ଷ ପ୍ରଭୁ ଜଗନ୍ନାଥ ଙ୍କ ପାଇଁ ରଥ ତିଆରି କରି ଆସୁଥିବା ବେଳେ ଚଳିତ ବର୍ଷ ବାଉଁଶରେ ନିର୍ମିତ ନନ୍ଦିଘୋଷ ରଥ ଖୁବ୍ ସୁନ୍ଦର ହୋଇଛି ଯାହାର ଉଚ୍ଚତା ୨୦ ଇଞ୍ଚ୍ ଏବଂ ଓସାର ୧୩ ଇଞ୍ଚ୍ lସେହିପରି ଆଇସକ୍ରିମ୍ କାଠିରେ ଆଉ ଏକ ରଥ ତିଆରି କରିଛନ୍ତି ଯାହାର ଉଚ୍ଚତା ୭ ଇଞ୍ଚ୍ ଏବଂ ଓସାର ୬ ଇଞ୍ଚ୍ l ଉଭୟ ରଥ ଦେଖିବାକୁ ଅବିକଳ ପୁରୀ ନନ୍ଦିଘୋଷ ରଥ ପରି ଯେଉଁଥିରେ ୧୬ ଟି ଚକ,୪ ଟି ଘୋଡ଼ା, ଓଲୋଟ ଶୁଆ,ଦଧିନଉତି,ପତିତ ପାବନ ବାନା ଏବଂ ସାରଥି ଶୋଭାପାଉଛି l ଏହି କଳାକୃତି କରିବାକୁ ତାଙ୍କୁ ମୋଟ ପାଞ୍ଚ ଦିନ ସମୟ ଲାଗିଥିଲା lପୂର୍ବରୁ 1mmର କ୍ଷୁଦ୍ର ରଥ କଳାକୃତି ନିର୍ମାଣ କରି Exclusive world Record ହାସଲ କରିଛନ୍ତି l 1 cm ର ନନ୍ଦିଘୋଷ ରଥ india book of record ରେ ସ୍ଥାନ ପାଇଛି l ଏହି ନିଆରା କଳାକୃତି ପାଇଁ Asaia book of record, National book of record, Global book of record ,world record sector ସହିତ ସେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି l

LEAVE A REPLY

Please enter your comment!
Please enter your name here