ରଥଯାତ୍ରା ପାଳନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ;ସଚେତନତା ଓ ସତର୍କତା ଅବଲମ୍ବନ ନିମନ୍ତେ ଜନସାଧାରଣଙ୍କୁ ଜିଲ୍ଲାପାଳଙ୍କ ଅନୁରୋଧ

0
236

ଛତ୍ରପୁର: ଆଉ ଗୋଟିଏ ଦିନ ପରେ ଚଳିତ ବର୍ଷର ରଥଯାତ୍ରା ମହା ଆଡମ୍ବର ସହକାରେ ପାଳନ ହେବାକୁ ଯାଉଛି । ବିଗତ ଦୁଇ ବର୍ଷ ହେଲା କୋଭିଡ୍ କଟକଣାଯୋଗୁଁ ରଥଯାତ୍ରାରେ ଓଡିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ ନିମନ୍ତେ ସର୍ବ ସାଧାରଣ ବ୍ୟାକୁଳ ଥିଲେ । ଚଳିତ ରଥଯାତ୍ରାକୁ ନିଶ୍ଚିତରୂପେ ସର୍ବ ସାଧାରଣ ବହୁ ସଂଖ୍ୟାରେ ଯୋଗଦେବେ ବୋଲି ଜିଲ୍ଲା ପ୍ରଶାସନ ଆକଳନ କରିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଶୁ ପଦକ୍ଷେପ ସ୍ବରୂପ ଆଜି ବୁଧବାର ଓସ୍ବାନ ହଲ ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବା ହେତୁ ସମସ୍ତ ପ୍ରକାର ସତର୍କତା ପ୍ରଶାସନ ପକ୍ଷରୁ ନେବା ଆବଶ୍ୟକତା ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଜନ ସାଧାରଣଙ୍କୁ ଜିଲ୍ଲାପାଳ ଜଣାଇଛନ୍ତି ଯେ, ସମସ୍ତେ ଶାନ୍ତି ଶୃଙ୍ଖଳା ର ସହିତ ରଥଯାତ୍ରାରେ ଯୋଗ ଦେବା ସହ କେତେଗୋଟି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଛନ୍ତି । ପ୍ରଥମତଃ ସମସ୍ତେ ମାସ୍କର ବ୍ୟବହାର କରନ୍ତୁ, ବିଶେଷକରି ଯେଉଁ ମାନଙ୍କୁ ଥଣ୍ଡା କିମ୍ବା କାଶ ଲକ୍ଷଣ ରହୁଛି ସେମାନେ ଏବଂ ବୟସ୍କ ବ୍ୟକ୍ତି ଜନ ଗହଳିକୁ ଆସନ୍ତୁ ନାହିଁ । ମାସ୍କ ବ୍ୟବହାର କରି ଦୂରତା ବଜାୟ ରଖି ରଥଯାତ୍ରା ଦେଖିବାକୁ ଆସନ୍ତୁ । ରଥର ଚାରିପାର୍ଶ୍ବ କର୍ଡନ୍ ହେବ । କର୍ଡନ୍ ଭିତରକୁ କେହି ଯେପରି ପ୍ରବେଶ କରିବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ । ସଂପୃକ୍ତ ଅଧିକାରୀଗଣ ରଥଯାତ୍ରା ପାଳନ କମିଟି ସହ ବୈଠକ କରି ସମସ୍ତ ବ୍ୟବସ୍ଥା ଯେପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେଥିପ୍ରତି ଧ୍ୟାନ ଦେବେ । ଆଇନ୍ ଶୃଙ୍ଖଳା ପରିସ୍ଥିତି ଏବଂ ଟ୍ରାଫିକ୍ ବ୍ୟବସ୍ଥାର ଆଶୁ ବ୍ୟବସ୍ଥା ଦିଗରେ ଉଭୟ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡଃ ଶ୍ରବଣ ବିବେକ ଏନ୍ ଜଣାଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି, ପାନୀୟ ଜଳ ଯୋଗାଣ, ଜନଗହଳି ହେବା ଦ୍ବାରା ଗୁଳୁଗୁଳିରୁ ରକ୍ଷା ନିମନ୍ତେ ଜଳ ସିଞ୍ଚନ ବ୍ୟବସ୍ଥା, ମାଜିଷ୍ଟ୍ରେଟ ଓ ପୋଲିସ୍ ନିଯୁକ୍ତ ଟ୍ରାଫିକ୍ ବ୍ୟବସ୍ଥା, ରଥଟଣା ବେଳେ ସମ୍ଭାବ୍ୟ ଦୁର୍ଘଟଣାକୁ ରୋକିବା ନେଇ କର୍ଡନ୍ ବ୍ୟବସ୍ଥା, ରଥଯିବା ପଥରେ ବିଦ୍ୟୁତ୍ ତାର ଉଠାଇବା ଓ ସଂଯୋଗ ବ୍ୟବସ୍ଥା, ସ୍ଭାସ୍ଥ୍ୟ ପ୍ରତି ଯତ୍ନ ଓ ଆମ୍ବୁଲାନ୍ସ ଯୋଗାଣ, କୋଠାବାଡି ବିଭାଗ ଦ୍ବାରା ରଥ ଠିକ୍ ଥିବା ଯାଂଚ୍ କରି ପ୍ରମାଣ ପତ୍ର ଦାଖଲ ଇତ୍ୟାଦି ସମସ୍ତ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା ।
ବୈଠକରେ ଜିଲ୍ଲା ର୍ଗାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବ କିର୍ତ୍ତି ଓ୍ବାସନ୍ ଭି, ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଲୀନା କୁମାରୀ ଖେସ୍, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚିଦାନନ୍ଦ ନାୟକ ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here