ତିରୋଧାନ ଦିବସରେ ଉତ୍କଳ ମଣିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ

0
225

ପୋଲସରା ;ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ , ସମାଜ ସେବୀ, ଶିକ୍ଷାବିତ, କବି, ଦୈନିକ ସମାଜ ପତ୍ରିକାର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୪ ତମ ତିରୋଧାନ ଦିବସ ଉପଲକ୍ଷେ ଜୁନ ୨୯ ତାରିଖ ଦିନ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବୁଧବାର ସକାଳେ ପୋଲସରା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଛକରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ପ୍ରଧାନ , ପବିତ୍ର ନାୟକ, ଅକ୍ଷାଂତ କୁମାର ମିଶ୍ର, ନୃସିଂହ ନାଥ ସ୍ବାଇଁ, ଗଣମାଧ୍ୟମ ପ୍ରତିନିଧି କେ.ସନ୍ତୋଷ କୁମାର ପାତ୍ର , ସନ୍ତୋଷ କୁମାର ପଣ୍ଡା , ସୀମାଞ୍ଚଳ ସାହୁ , ଅତ୍ରି ପଟ୍ଟନାୟକ , ଜ୍ୟୋତି ରଞ୍ଜନ ଆଚାରି , ଶିବ ପ୍ରସାଦ ସାହୁ , ମନୋଜ କୁମାର ଘଡେ଼ଇ, ସୁଶାନ୍ତ କୁମାର ମହାରଣା, ଓ ସୁବ୍ରତ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଦୈନିକ ସମାଜ ପତ୍ରିକାର ସ୍ଥାନୀୟ ପ୍ରତିନିଧି ପ୍ରଗତିବନ୍ଧୁ ଦାସ ସଂଯୋଜନା କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here