ଏନ.ଦିବାକର ରାଓ ଆମ୍ବପୁଆ ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ

0
252

ବ୍ରହ୍ମପୁର : ଆମ୍ବପୁଆ ସେବା ସମବାୟ ସମିତିର ସଭାପତି ନିର୍ବାଚନ ପ୍ରକ୍ରିୟା ଆଜି ସ୍ଥାନୀୟ ଆମ୍ବପୁଆ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଆମ୍ବପୁଆ ସେବା ସମବାୟ ସମିତିର ନୂତନ ସଭାପତି ଭାବେ ଏନ.ଦିବାକର ରାଓ ଅପ୍ରତିଦ୍ବନ୍ଦି ଭାବେ ବିଜୟୀ ହୋଇଛନ୍ତି ।ସୂଚନାନୁଯାୟୀ ଏନ.ଦିବାକର ରାଓ ଆଜି ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ ।ଯାହାଫଳରେ ତାଙ୍କୁ ବିନା ପ୍ରତିଦ୍ବନ୍ଦୀରେ ବିଜୟୀ ଘୋଷଣା କରାଯାଇଛି ବୋଲି ଆମ୍ବପୁଆ ସେବା ସମବାୟ ସମିତି ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।ଏହି ଅବସରରେ ସ୍ଥାନୀୟ କର୍ପୋରେଟର ତଥା ବ୍ରହ୍ମପୁର ଡେପୁଟି ମେୟର ଇ.ବିବେକ ରେଡ୍ଡୀ ଉପସ୍ଥିତ ରହି ନବ ନିର୍ବାଚିତ ସଭାପତିଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।ଏହି ସମୟରେ ସମସ୍ତ ଡାଇରେକ୍ଟର ସମେତ ତାଙ୍କ ସବୁ ସମର୍ଥକ ମାନେ ନବ ନିର୍ବାଚିତ ସଭାପତିଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜ୍ଞାପନ ଜଣାଇଥିଲେ ।ସୂଚନାଯୋଗ୍ୟ ଏନ.ଦିବାକର ରାଓ ପୂର୍ବରୁ ଅନେକ ସମାଜ ସେବା କାର୍ଯ୍ୟରେ ଲିପ୍ତ ରହିବା ସହ ରେଡ୍ଡୀକୁଳ ସଂଘର ନାଇଡୁ ଭାବେ ମଧ୍ୟ ଦାୟିତ୍ୱ ତୁଲେଇଛନ୍ତି ।ଏହି ପରିପ୍ରେକ୍ଷୀରେ ନବ ନିର୍ବାଚିତ ସଭାପତି ଏନ.ଦିବାକର ପ୍ରସ୍ତାବକ ଏବଂ ସମର୍ଥକ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସହଯୋଗ କାମନା କରିଥିଲେ ଏବଂ ଆଗକୁ ଚାଷୀମାନେ ଯେମିତି ଉପଯୁକ୍ତ ସହାୟତା ପାଇପାରିବେ ସେ ଦିଗରେ କାମ କରିବେ ବୋଲି କହିଛନ୍ତି ।ଏହି ଅବସରରେ ବ୍ରହ୍ମପୁର ଡେପୁଟି ମେୟର ଇ.ବିବେକ ରେଡ୍ଡୀ, ବାବୁ ରେଡ୍ଡୀ, ଜଗନ୍ନାଥ ରେଡ୍ଡୀ,ପ୍ରକାଶ ସାହୁ, ଆନନ୍ଦ ପାତ୍ର, ଜଗଦୀଶ ସାହୁ,ଆନନ୍ଦ ରାଓ, କମଳ କିରଣ ରାଓ, ଏନ.ଗୁରୁନନ୍ଦନ ରାଓଙ୍କ ସମତେ ବହୁ ସମର୍ଥକ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here