କୁକୁଡ଼ାଖଣ୍ଡି ସେବାସମବାୟ ସମିତି ସଭାପତି ଭାବେ ଶିବରାମ ପାତ୍ର ନିର୍ଦ୍ୱନ୍ଦରେ ନିର୍ବାଚିତ

0
253

କୁକୁଡ଼ାଖଣ୍ଡି:ଗଞ୍ଜାମ ଜିଲ୍ଲାର ବହୁ ପୁରାତନ କୁକୁଡ଼ାଖଣ୍ଡି ସେବା ସମବାୟ ସମିତିର ସଭାପତି ନିର୍ବାଚନରେ ନିର୍ଦ୍ୱନ୍ଦରେ ଅନୁଷ୍ଠିତ ହୋଇଯାଇଛି । ୧୪ଜଣ ନିର୍ଦ୍ଦେଶକଙ୍କ ସମର୍ଥନରେ ସମାଜସେବୀ ଶିବରାମ ପାତ୍ର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।ଧାର୍ଯ୍ୟ ସମୟ ମଧ୍ୟରେ କେବଳ ଗୋଟିଏ ନାମାଙ୍କନ ପତ୍ର ଧାଖଲ ହୋଇଥିବାରୁ ନିର୍ବାଚନ ଅଧିକାରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ବିଜୟୀ ଘୋଷଣା କରିଥିଲେ ।ତେବେ ଏହା ବିଜୁ ଜନତା ଦଳର ବିଜୟୀ ବୋଲି ପୂର୍ବତନ ସମବାୟ ସମିତିର ସଭାପତି କୈଳାସ ରଣା ମତ ପ୍ରକାଶ କରିଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବରିଷ୍ଠ ସମବୟବିତ ସୁଧୀର ରାଉତ,ଜିଲ୍ଲା ଭିନ୍ନକ୍ଷମ ନେତା କେ.ମଣିବାବୁ,୮ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଶିବାନୀ ସେଠି,କୁକୁଡ଼ାଖଣ୍ଡି ସରପଞ୍ଚ ବନ୍ଦନା ସେଠି,ସମିତି ସଭ୍ୟ ଅଶୋକ ଦାସ, ବ୍ଲକ ବିଜେଡି ସଭାପତି ସନ୍ତୋଷ କୁମାର ଚୌଧୁରୀ,ପୂର୍ବତନ ସଭାପତି ଏ.ଚିନ୍ତାମଣି,ସାକା ସୁଜିତ କୁମାର, ବାଘଲଟି ସମିତି ସଭ୍ୟ ସାରଥୀ ପ୍ରସାଦ ଗୌଡ଼,ଅଶୋକ ଦାସ, ସମବାୟବିତ୍ ସନାତନ ସଂଗ୍ରାମ ସିଂ,ସମବାୟବିତ୍ ଅଜୟ କୁମାର ମହାରଣା,ନିର୍ଦ୍ଦେଶକ ଭବାନୀ ଶଙ୍କର ବିଶ୍ୱାଳ,ଡି.ଗଣପତି,ପି.ସୁବାଷ,ଏସ୍.ଲାଛିଆମ୍ମା,ପ୍ରଶାନ୍ତି ମାଝୀ,କେ.ରାଜେନ୍ଦ୍ର ରେଡି, ଗୋବିନ୍ଦ ଦାସ,ଜି.ବିଶ୍ୱନାଥ,ଟି. ରଘୁପ୍ରସାଦ ପାତ୍ର,ବୃନ୍ଦାବନ ଖଟେଇ,ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀ, ଅଦଲ ଚେନେୟା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here