ନନ୍ଦରାଜପୁରରୁ ବିରାଟକାୟ ଅହିରାଜ ସାପକୁ ଉଦ୍ଧାର କଲା ବନ ବିଭାଗ

0
272

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ନନ୍ଦରାଜପୁରରୁ ଗତ କାଲି ମଧ୍ୟ ରାତ୍ରରେ ଏକ ବିରଟକାୟ ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ବନ ବିଭାଗ କର୍ମଚାରୀ । ସାମନ୍ତିଆପଲ୍ଲୀ ବନାଞ୍ଚଳ ଅନ୍ତର୍ଗତ କଣ୍ଟାଖାଳି ବିଟ ଅଧିନସ୍ଥ ନନ୍ଦରାଜପୁର ଗ୍ରାମର ଡି ମିଟୁଙ୍କ ଘର ବାରିପଟେ ଏହି ବିରାଟକାୟ ସାପଟିକୁ ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ସ୍ଥାନୀୟ ଗ୍ରାମବାସୀ ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ରଙ୍କୁ ଫୋନ ଯୋଗେ ସାପଟି ଘର ମଧ୍ୟରେ ଥିବା ଜଣାଇଥିଲେ । ଏହାପରେ ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ବନପାଳ କେ କବିତା ରେଡ୍ଡୀଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାପରେ ୧୫ ଫୁଟ ଲମ୍ବର ବିରାଟ ଅହିରାଜ ସାପଟିକୁ ବନ କର୍ମଚାରୀମାନେ କୌଶଳକ୍ରମେ କାବୁ କରିଥିଲେ । ସାପଟିର ଉଦ୍ଧାର କାର୍ଯ୍ୟରେ ବନରକ୍ଷୀ ଜିତେନ୍ଦ୍ର ଦାଶ, ତରୁଣ ଶବର, ଶରତ ପାଇକ ପ୍ରମୁଖ ସାମିଲ ହୋଇଥିଲେ । ଉଦ୍ଧାର ପରେ ଅହିରାଜ ସାପଟିକୁ ସୁରକ୍ଷିତ ଭାବେ ସଂରକ୍ଷିତ ଜଙ୍ଗଳରେ ଛଡାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here