କନ୍ଧମାଳ ରେ ପଶିଲା ଧଳା ଜହର : ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

0
283

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ଥର ପାଇଁ ଧଳା ଜହର ମାନେ ବ୍ରାଉନସୁଗାର ପଶିବା ଆରମ୍ଭ ହୋଇ ଯାଇଛି l ଏ ନେଇ କନ୍ଧମାଳ ପୋଲିସ ବ୍ରାଉନ ସୁଗାର କାରବାର ମାମଲା ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l ଅଭିଯୁକ୍ତ ଜଣଙ୍କ ଫୁଲବାଣୀ ଅଂଚଳ ର ସ୍ବର୍ଗତ ଭଗବାନ ମହାପାତ୍ର ଙ୍କ ପୁଅ ସପନ ମହାପାତ୍ର ବୋଲି ଜଣାପଡିଛି l ସପନ ପାଖରୁ ପୋଲିସ ୩.୫୯0 ଗ୍ରାମ ବ୍ରାଉନସୁଗାର ଜବତ କରିଛି l ସପନ ଖୋରଧା ଅଂଚଳ ରୁ ଆଣିଥିବା କହିଛି l ଜିଲାରେ ବ୍ରାଉନ ସୁଗାର ମାମଲା ପ୍ରଥମ ବୋଲି କୁହାଯାଉଛି l ଏ ନେଇ ଫୁଲବାଣୀ ପୋଲିସ 103/27/06/22 ଧାରା 21(a)ଆକ୍ଟ ରେ ଏକ ମାମଲା ରୁଜୁ କରି ଘଟଣା ର ଅଧିକ ତଦନ୍ତ କରୁଛି l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here