ସୋରଡ ଓ ବି.କରଡ଼ାବାଡ଼ି ରେ ବିଦ୍ୟାଳୟ କମିଟି ଗଠନ

0
401

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ସୋରଡ଼ ପ୍ରାଥମିକ ବିଦ୍ୟାଳୟ ଓ ବି.କରଡ଼ାବାଡି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ ରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି। ସୋରଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାତ୍ରଙ୍କ ଆବାହକତ୍ୱରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇ ବିଦ୍ୟାଳୟ ପରିଚାଳନା କମିଟି( ଏସଏମସି ) ଗଠନ ହୋଇଥିଲା। ଏ.କରଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ରିଙ୍କି ଦାସ , ସିଆରସିସି ଡି.ବାସୁଦେବ ଦୋରା,ଓ ଅଭିଭାବକ ବୃନ୍ଦ ଯୋଗଦେଇ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରି ସର୍ବସମ୍ମତ କ୍ରମେ ଶିଶିରକାନ୍ତ ତ୍ରିପାଠୀ ଏସଏମସି ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ଜୁନ ୨୫ ତାରିଖ ଦିନ ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ ରେ ମଧ୍ୟ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇ ଥିବ ବେଳେ ସର୍ବସମ୍ମତି କ୍ରମେ ହରପ୍ରିୟା ପ୍ରଧାନ ସଭାନେତ୍ରୀ ଓ ଅଜିତ କୁମାର ଦାଶ ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଶନ କୁମାର ସ୍ୱାଇଁ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ସରପଞ୍ଚ ପ୍ରତିନିଧି , ନାଏବ ସରପଞ୍ଚ , ସମିତିସଭ୍ୟ, ଶିକ୍ଷାବିତ ଗୋପାଳ ଚନ୍ଦ୍ର ନାୟକ, ସମାଜସେବୀ ବଂଶୀଧର ନାୟକ, ପୂର୍ବତନ ସଭାପତି ଦାଶରଥି ନାୟକ, ସିଆରସିସି ସନ୍ତୋଷ କୁମାର ସାହୁ ଓ ଶତାଧିକ ଅଭିଭାବକ ବୃନ୍ଦ ବୈଠକରେ ଯୋଗଦେଇଥିଲେ। ବରିଷ୍ଠ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here