ଆବର୍ଜନାରୁ ଉତ୍ତମ କମ୍ପୋଷ୍ଟ ଉତ୍ପାଦନ ପାଇଁ ତାଲିମ ଶିବିର

0
260

ବୁଗୁଡା:ବୁଗୁଡା ଏନଏସି ରେ ପ୍ରତିଦିନ ସଂଗ୍ରହ ହେଉଥିବା ଅଳିଆ ଆବର୍ଜନାରୁ କିପରି ଉନ୍ନତ ମାନର ପ୍ରାକୃତିକ ସାର କମ୍ପୋଷ୍ଟ ଉତ୍ପାଦନ ହୋଇପାରିବ ସେଥିପାଇଁ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରରେ ତାଲିମ ପ୍ରଦାନ କରିବା ପାଇଁ କଟକ ଜିଲ୍ଲାର ସରୋଜିନୀ ମହାନ୍ତି, ଖୋର୍ଦ୍ଧା ଜିଲ୍ଲାରୁ ଅନୁଶାୟା ସେଠୀ ଓ ରାଜ୍ୟ ସରକାରଙ୍କ ଅଭିନାଶ ବାବୁ ଯୋଗଦେଇଥିଲେ। ଦୁଇ ଦିନିଆ ତାଲିମ ଶିବିରରେ ସ୍ୱଚ୍ଛ ସାଥି , ସ୍ୱଚ୍ଛ କର୍ମୀ ଓ ସୁପରଭାଇଜର ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। କେଉଁ ପ୍ରଣାଳୀ ଅବଲମ୍ବନ କଲେ ସଂଗୃହିତ ଅଳିଆ ଆବର୍ଜନାରୁ ଉନ୍ନତ ମାନର ପ୍ରାକୃତିକ ସାର କମ୍ପୋଷ୍ଟ ଉତ୍ପାଦନ ହୋଇପାରିବ ସେହି ବିଷୟ ନେଇ ତାଲିମ ପ୍ରଦାନ କରାଯାଇଥିଲା। ବୁଗୁଡା ଏନଏସି ରେ କମ୍ପୋଷ୍ଟ ପ୍ରକ୍ରିୟାକରଣ କେନ୍ଦ୍ର କାର୍ଯ୍ୟକାରୀ ହେଉଥିବା ବେଳେ ତାହା କିପରି ଆହୁରି ଉନ୍ନତ ଧରଣର ହୋଇ ଚାଷୀଙ୍କୁ ଆକୃଷ୍ଟ କରିପାରିବ ଓ କର୍ମୀମାନେ କିପରି ଅଧିକ ରୋଜଗାର କ୍ଷମ ହୋଇପାରିବେ ସେହି ବିଷୟରେ ବିସ୍ତୃତ ଭାବେ ତାଲିମ ପ୍ରଦାନ ହୋଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here