ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଜାରି ହେଲା ହେଲ୍ପ ଲାଇନ ନମ୍ବର

0
264

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୈରପରିଷଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାରଳା  ପୈାରାଧ୍ୟକ୍ଷ ସୂଚନା ପ୍ରଦାନ କରିଛନ୍ତି ପାରଳାଖେମୁଣ୍ଡି ଲୋକଙ୍କ ସମସ୍ୟାର ସମାଧାନ ନିମନ୍ତେ ପୈାରପରିଷଦ ପକ୍ଷରୁ ସେବା ଯୋଗାଇବା ପାଇଁ ପୌରପରିଷଦ ସବୁବେଳେ ତପ୍ତର ରହିଛି । ବର୍ତ୍ତମାନ ଏଥିରେ ଆଉ ପାଦେ ଆଗକୁ ଯାଇ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପୌରପରିଷଦ ପକ୍ଷରୁ ହେଲ୍ପ ଲାଇନ  ନମ୍ବର ଜାରି କରାଯାଇଛି । ଏଥିପାଇଁ ସ୍ଵତନ୍ତ୍ର ଭାବେ ଏକ ମୋବାଇଲ୍ ନମ୍ବର ( ୭୭୩୫୮୩୪୪୮୦ ) ଧାର୍ଯ୍ୟ କରାଯାଇଛି । ଏହି ଅବସରରେ ଗୁରୁବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ପ୍ରଦାନ କରିଛନ୍ତି ।

କେବଳ ସେତିକି ନୁହେଁ, ମାସର ପ୍ରଥମ ମଙ୍ଗଳବାର ଦିନ ଜନଶୁଣାଣି ମଧ୍ୟ କରାଯିବ । ସେଥିପାଇଁ ମାସରେ ପ୍ରଥମ ମଙ୍ଗଳବାର ଦିନ ସକାଳ ୧୦ ଘଣ୍ଟା ଠାରୁ ୧୨ଘଣ୍ଟା ପର୍ଯ୍ୟନ୍ତ ଲୋଲଙ୍କ ସମସ୍ୟା ଶୁଣିବା ସହ ଏହାର ସମାଧାନ କିଭଳି ସମାଧାନ ହୋଇପାରିବ ସେଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୌରାଧ୍ୟକ୍ଷା ନିର୍ମଳା ସେଠୀ କହିଛନ୍ତି ।

ସହରରେ ଜଳ ନିଷ୍କାସନ, ସଫେଇ, ଆଲୋକ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ରହୁଥିବା ବେଳେ ଏହାର ସମାଧାନ ପାଇଁ ଲୋକେ ବାରମ୍ବାର ଦୌଡି ଦୌଡି ନିରାଶ ହେଉଛନ୍ତି । ତେଣୁ ଏହିପରି ପଦକ୍ଷେପ ସେମାନଙ୍କ ପାଇଁ ନିଜର ଆପତ୍ତି ଅଭିଯୋଗ କରିବା ପାଇଁ ସହାୟକ ହେବ ବୋଲି ସେ କହିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପୌରପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ ଏବଂ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଉପସ୍ଥିତ ଥିଲେ ।
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here