ଟୁଇଂକଲ୍ ଫେସନ ଏକାଡେମୀ ତରଫରୁ ରାଜ୍ୟସ୍ତରୀୟ ଫେସନ ସୋ ଅନୁଷ୍ଠିତ

0
248

ବ୍ରହ୍ମପୁର : ଅଯୋଧ୍ୟାନଗର ଠାରେ ଟୁଇଂକଲ୍ ଫେସନ ଏକାଡେମୀ ତରଫରୁ ରାଜ୍ୟସ୍ତରୀୟ ଫେସନ ସୋ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଫେସନ୍ ୱିକ୍ ସୋ ନାମରେ ଆୟୋଜିତ ଫେସନ୍ ସୋରେ ବ୍ରହ୍ମପୁର ଓ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ଅଞ୍ଚଳର ବହୁ ସୁନ୍ଦରୀ ଯୁବତୀ ଓ ମହିଳା । ସାମିଲ ହୋଇଥିଲେ । ଏକାଡେମୀର ମୁଖ୍ୟ ପରିଚାଳିକା ଟୁଇଂକଲ୍ ଗମାଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିରୂପେ ପୁର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା , ୟୁଟିଭି ଓ ଅନୁପମ ଭାରତର ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ , ପୁର୍ବତନ କର୍ପୋରେଟର ଶ୍ରୀ ନୀ ବ।ସ ର ଓ , ସ୍ଥାନୀୟ କର୍ପୋରେଟର ପ୍ର ମୁ ଖ ଯୋଗଦେଇଥିଲେ । କାହ୍ନୁ ପାତ୍ର କାର୍ଯ୍ୟକ୍ରମରେ ସଂଯୋଜନ ।କରିଥିଲେ । ଏଠାରେ ସବ୍ ଜୁନିୟର , ଜୁନିୟର ଓ ସିନିୟର ବର୍ଗରେ ବହୁ ମଡେଲ୍ ସାମିଲ ହୋଇଥିଲେ । ସେହିପରି ସାମ୍ବାଦିକ ସୁଦୀପ ଏଠାରେ ଏକ ସଂଗୀତ ଗାନ କରି ସମସ୍ତଙ୍କୁ ଉତ୍ସାହିତ କରିବା ସହ ତାଙ୍କୁ ମଧ୍ୟ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କିନ୍ନର ବାବୁଲା , ଲଭ୍ଲୀ , ଯୋଗେନ୍ଦ୍ର , ଆଇସା ଜଗ୍‌ , ମଧୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here