ଓଡ଼ିଆ ଭଞ୍ଜ ସାହିତ୍ୟ ଏକାଡେମୀ ର ବାର୍ଷିକଉତ୍ସବ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

0
247

ଵ୍ରହ୍ମପୁର: ଓଡିଶା ଭଞ୍ଜ ସାହିତ୍ୟ ଏକାଡେମୀ ପକ୍ଷରୁ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଅଧିବେଶନ ରେ ସାହିତ୍ୟାଲୋଚନା କାର୍ଯ୍ୟକ୍ରମ ରେ ଉପେନ୍ଦ୍ର ଭଞ୍ଜ ଙ୍କ ସମ୍ପର୍କୀରେ ବିଷୟ ରହିଥିଲା l
ଶ୍ରୀଯୁକ୍ତ ଉମା ଚରଣ ମିଶ୍ର ସଭାପତି, ଶ୍ରୀ ବେଙ୍କଟ ବିହାରୀ ପ୍ରହରାଜ ମୁଖ୍ୟ ଅତିଥି , ଶ୍ରୀମତୀ ଆଭାରାଣୀ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ l
ଦ୍ୱିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ବିକ୍ରମ କୁମାର ପଣ୍ଡା , ମୁଖ୍ୟ ବକ୍ତା ସଂମ୍ମାନନୀୟା ଶ୍ରୀମତୀ ସଂଘମିତ୍ରା ଦଳେଇ( ବ୍ରହ୍ମପୁର ମେୟର )ସଭାପତି ଶ୍ରୀ ଉମାଚରଣ ମିଶ୍ର,ସଂମ୍ମାନିତ ବକ୍ତା ପ୍ରଫେସର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,ସମାଜସେବୀ ଶ୍ରୀମତୀ ମାହେଶ୍ୱରୀଦୋରା , ନାଟ୍ୟକାର ଇଂ ଆଶୁତୋଷ ପାତ୍ର, ନିର୍ଦ୍ଧେଶିକା କିରଣ ଵାଳl ମିଶ୍ର ପ୍ରମୁଖ ମଞ୍ଚଅଳଙ୍କୃତ ଥିବାବେଳେ ,ଶ୍ରୀଯୁକ୍ତ ଲାଲ ବାହାଦୂର ପଟ୍ଟନାୟକ ପରିଚାଳନା କରିଥିଲେ l
ଏଥିସହିତ ନୂପୁର ଅନୁଷ୍ଠାନର ନାଟକ ” *ସମୟର ଝଲକ* ” ନାଟ୍ୟକାର ଶ୍ରୀ ଯୁକ୍ତ କାଳନ୍ଦୀ ନାୟକ ଦ୍ୱାରା ରଚିତ ମଞ୍ଚସ୍ତ ହୋଇଥିଲା l ସାମାଜିକ ବାର୍ତ୍ତା ଓ ପ୍ରେରଣା ସହ ନିତିଦିନ ଜୀବନର ଘଟୁଥିବା ବିଷୟକୁ ନେଇ ନାରୀର ମହତ୍ୱ ସମ୍ପର୍କ ରେ ଖୁବ ନିଆରା ଶୈଳୀରେ ଦର୍ଶକଙ୍କୁ ବାନ୍ଧିରଖିଥିଲେ କଳାକାର ମାନେ l ଦର୍ଶକ ତଥା ବହୁ ଗୁଣିଜନ ମାନଂକଠାରୁ ପ୍ରଶଂସା ସାଉଁଟି ପାରିଥିଲେ କଳାକାରମାନେ l ସୁନିଲ କୁମାର ସାବତ , ତଥା ରାଣୀ ସଂଯୁକ୍ତା ଶତପଥି ପ୍ରଚ୍ଛଦପଟ୍ଟ ର ଦାୟିତ୍ୱ ନିଭାଇ ଥିଲେ l ଶିଶୁ କଳାକାର ଆରାଧ୍ୟା ତନୟl, ଶ୍ରୀମତୀ କିରଣବାଳା ମିଶ୍ର, ପ୍ରଦୀପ ଶତପଥୀ , ଲୋକ ନାଥ ପୂଜାରୀ, ପି . ଚନ୍ଦନ ପାତ୍ର, ସାଗର କୁମାର ପଣ୍ଡା, ପ୍ରିୟାଂସା ନାୟକ , ଗୋପାଳ କୃଷ୍ଣ ସ୍ୱାଇଁ,ଦୟାନନ୍ଦ ସାହୁ, ଝିଲ୍ଲି କୁମାରୀ ସାହୁ, ପ୍ରମୁଖ ଅଭିନୟ କରିଥିଲେ l ଏଥିସହିତ ବହୁ କୁନି ନୃତ୍ୟ ଶିଳ୍ପୀ ନିଜ ନିଜ ନୃତ୍ୟ ପରିବେଷଣ କରିଥିଲେ l

LEAVE A REPLY

Please enter your comment!
Please enter your name here