ତ୍ରିପାଠୀ ଟ୍ୟୁଟରିଆଲ ରେ ନିର୍ବାଚନ ଅନୁଷ୍ଠିତ

0
414

ଭଞ୍ଜନଗର : ଭଞ୍ଜନଗର ତ୍ରିପାଠୀ ଟ୍ୟୁଟରିଆଲ ରେ ବିଭିନ୍ନ ପଦପଦବୀ ନିମନ୍ତେ ଚଳିତ ବର୍ଷ ନିର୍ବାଚନ ପ୍ରକିୟା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ନିର୍ବାଚନ ପ୍ରକ୍ରିୟା ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରିବା ଓ ଭାରତ ଏକ ଗଣନ୍ତନ୍ତ୍ର ରାଷ୍ଟ୍ର ଏହାର ପ୍ରକୃତ ଅର୍ଥ ଛାତ୍ରଛାତ୍ରୀ ମାନେ ବୁଝିବାନିହତି ଆବଶ୍ୟକ ଉଦେଶ୍ୟ ନେଇ ଅନୁଷ୍ଠାନରେ ପ୍ରତିବର୍ଷ ନିର୍ବାଚନ କରାଯାଇଥାଏ । ନିର୍ବାଚନରେ ଯେପରି ନାମାଙ୍କନ ପତ୍ର ଦାଖଲ, ପ୍ରଚାର ,ମତଦାନ ,ଭୋଟ ଗଣତି ଓ ଫଳାଫଳ ଘୋଷଣା ଅତି ସୁଙ୍ଖଳିତଭାବେ ନିୟମାନୁସାରେ ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ ପ୍ରକ୍ରିୟ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ତ୍ରିପାଠୀ (ଜିଲୁସାର)ଙ୍କ ତତ୍ବବଧାନାରେ ସମ୍ପାଦିତ ହୋଇଥିଲା। ଏଥିରେ ସଭାପତି ରୂପେ ଶୁଭମ୍ ପ୍ରଧାନ , ଉପସଭାପତି ରୂପେ ସ୍ୱାତି ବେହେରା ସାଧାରଣ ସମ୍ପାଦକ ରୁପେ ଗୁଣ୍ଡିଚା ପ୍ରଧାନ ଓ କ୍ରୀଡା ସମ୍ପାଦକ ରୁପେ ରାକେଶ ପ୍ରଧାନ ନିର୍ବାଚିତ ହୋଇଥିବା ଜଣାପଡିଛି

LEAVE A REPLY

Please enter your comment!
Please enter your name here