ସର୍ବ ଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ପାଇଁ ଓଡ଼ିଶା ଦଳ ଘୋଷିତ

0
322

ଭୁବନେଶ୍ବର : ତାମିଲନାଡୁର କେଟି, ଓଟି ଠାରେ ଆସନ୍ତା ୩ ତାରିଖରୁ ସର୍ବ ଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘ ପକ୍ଷରୁ (ବାଳକ ଦଳ) ୧୫ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି ।

ପୁରୁଷ ଦଳ –
ମାନସ ସାହୁ (ଅଧିନାୟକ ), ପୁଷ୍ପମିତ୍ର ମହାନ୍ତି, ପ୍ରକାଶ ସାହୁ, ଅନୁଭବ ଖଟୁଆ, ସନ୍ତୋଷ ପ୍ରଧାନ, ଶେଖର ସ୍ୱାଇଁ, ମନୁ ଚରଣ ରାଉତ, ରଂଜିତ କୁଣ୍ଡୁ, ସମ୍ପୂର୍ଣ ରଥ (ଉପ ଅଧିନାୟକ ),ସୁନିଲ ମଲ୍ଲିକ, ଭିକି ଡିଗାଲ, ପୁଣ୍ୟପ୍ରସୂନ ମହାନ୍ତି, ରଞ୍ଜନ ମହାନ୍ତି, ଅରବିନ୍ଦ ସାହୁ, ସାଗର ରାଉତରାୟ ।

ଏହି ଟିମର କୋଚ୍ ଦାୟିତ୍ବ ତଥା ଅଭିଜ୍ଞ ଖେଳାଳି ରବିନ୍ ସାହୁ ତୁଲାଉଥିବାବେଳେ ସୋମନାଥ ପରିଡ଼ା ମ୍ୟାନେଜର ଦାୟିତ୍ବରେ ରହିବେ । ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘର ସମ୍ପାଦକ ଶିଥିଲ୍ କୁମାର ପଣ୍ତା ସୂଚନା ଦେଇଛନ୍ତି l ଏହି ଚମ୍ପିଆନ୍ ସିପ୍ ପାଇଁ ଓଡ଼ିଶା ଦଳ ୧ ତାରିଖରେ ତାମିଲନାଡୁ ଯାତ୍ରା କରିବେ ।

LEAVE A REPLY

Please enter your comment!
Please enter your name here