ଅନ୍ତର୍ଜାତୀୟ ପିତୃ ଦିବସରେ ଓଡ଼ିଆ ସାହିତ୍ୟ ସମାଜ ଦ୍ୱାରା ବାଲୁକା ଶିଳ୍ପୀ ସତ୍ୟ ମହାରଣା ସମ୍ମାନିତ

0
258

ଵ୍ରହ୍ମପୁର: ଅନ୍ତର୍ଜାତୀୟ ପିତୃ ଦିବସରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ବାଙ୍ଗାଲୋରରେ ଖ୍ୟାତନାମା ବାଲୁକା ଶିଳ୍ପୀ ଓ ଚିତ୍ରକର ଶ୍ରୀ ସତ୍ୟ ନାରାୟଣ ମହାରଣାଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ଶ୍ରୀ ତାପସ ରାଜ୍ ମହାରଣା ଓ ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ଶ୍ରୀ ସତ୍ୟ ନାରାୟଣ ମହାରଣାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିଥିଲେ । ଆଗକୁ ମଧ୍ୟ ଓଡ଼ିଶା ମାଟିରୁ ଓଡ଼ିଶାର ସଂସ୍କୃତି ଓ କଳାକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରୁଥିବା କଳାକାର ମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here