ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ର ନୂତନ ଜିଲାପାଳ

0
258

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା): ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ର ନୂତନ ଜିଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିବେ l ସେ ବର୍ତମାନ ବାଲେଶ୍ୱର ଉପଜିଲାପାଳ ଓ ବାଲେଶ୍ୱର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ l ଗୁରୁବାର ଶ୍ରୀ ପାଟିଲ ଙ୍କୁ ସରକାର କନ୍ଧମାଳ ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି l ସେହିପରି ଫୁଲବାଣୀ ଜିଲାପାଳ ଥିବା ଡ଼l. ଵୃନ୍ଦା ଡି ଙ୍କୁ ପରିଚାଳନା ନିର୍ଦେଶକ, ଓ ଏସ ଏମ ସି ଏଲ. ଭୁବେନଶ୍ୱର କୁ ବଦଳି କରାଯାଇଛି l ଡା.ଵୃନ୍ଦା.ଡି ଦୀର୍ଘ ପାଞ୍ଚ ବର୍ଷ ଧରି ଫୁଲବାଣୀ ଜିଲାପାଳ ଭାବେ ରହି ବେଶ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିଥିଲେ l ତାଙ୍କର କନ୍ଧମାଳ ଜିଲାରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠlରେ ଯଥେଷ୍ଟ ଅବଦାନ ଥିଲା ସେହିପରି ନୂତନ ପାର୍କ ପ୍ରତିଷ୍ଠା, ୮୩ ଟି ସ୍ମାର୍ଟ ହାଇସ୍କୁଲ ନିର୍ମାଣ, ଗମନା ଗମନର ସୁ ବ୍ୟବସ୍ଥା କରିଥିଲେ l କେବଳ ସେତିକି ନୁହେଁ ସାଧାରଣ ନିର୍ବାଚନ ଠୁ ଆରମ୍ଭ କରି ପଂଚାୟତ, ମୁନିସିପାଲ ନିର୍ବାଚନ କୁ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ l ବୃନ୍ଦା ଡି.ଙ୍କ ସମୟରେ କୃଷି ଓ ଉଦ୍ୟାନ, ମନରେଗା, କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କନ୍ଧମାଳ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ମଧ୍ୟ ହୋଇଥିଲା l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here