ସାନ ଭାଇକୁ ହତ୍ୟା ଘଟଣାରେ ବଡ ଭାଇ ସମେତ ଦୁଇ ଗିରଫ

0
320

ବୁଗୁଡା : ଗତ ଜୁନ ୧୨ ତାରିଖ ଦିନ ବଡ଼ ଭାଇ ଓ ସହଯୋଗୀର ଆକ୍ରମଣ ରେ ବୁଗୁଡା ଥାନା ଅନ୍ତର୍ଗତ ଭାମଶ୍ୟାଳୀ ଗ୍ରାମ ପଞ୍ଚାୟତର ଶତୃସୋଲ ଗ୍ରାମର ଅରଖିତ ନାୟକଙ୍କ ସାନ ପୁଅ କାମରାଜ ନାୟକଙ୍କ ମୃତ୍ୟୁ ଘଟିଥିଲା। ଗତ ରବିବାର ଦିନ ସନ୍ଧ୍ୟା ୫ ଟା ସମୟରେ ସ୍ତ୍ରୀ ଓ ଦୁଇ ଛୋଟ ପୁଅଙ୍କ ସମ୍ମୁଖରେ ବଡ଼ ଭାଇ ମନୋଜ ନାୟକ ଓ ତାର ସହଯୋଗୀ ବସନ୍ତ ସ୍ୱାଇଁ କାମରାଜ ନାୟକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ରକ୍ତ ଜୁଡୁବଡୁ ଅବସ୍ଥାରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ପୋଲସରା ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ଡାକ୍ତର କାମରାଜ ନାୟକଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ କାମରାଜ ନାୟକଙ୍କ ପତ୍ନୀ ଅନୁଶାୟା ନାୟକ ଏତଲା ପ୍ରକାରେ ବୁଗୁଡା ଥାନା କେଶ ନଂ ୩୩୧/୨୨ ପ୍ରକାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଅନୁସନ୍ଧାନ ପରେ ଜୁନ ୧୪ ତାରିଖ ଦିନ ବୁଗୁଡା ପୋଲିସ ମନୋଜ ନାୟକ ଓ ବସନ୍ତ ସ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ହତ୍ୟା କାଣ୍ଡରେ ବ୍ୟବହୃତ ଏକ ଫାର୍ଶା ଓ କାତି ଜବତ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here