ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ବିଭିନ୍ନ ସମସ୍ୟା କୁ ନେଇ ରେଳ ରୋକ ଆନ୍ଦୋଳନ

0
247

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ଲାଗି ରହିଥିବା ବିଭିନ୍ନ ଅବ୍ୟବସ୍ଥା ସହିତ ବିଭିନ୍ନ ମୌଳିକ ସମସ୍ୟା ର ସମାଧାନକୁ ନେଇ ଶୁକ୍ରବାର ସକାଳୁ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ପାରଳାଖେମୁଣ୍ଡି ଜନ ସାଧାରଣଙ୍କ ସହିତ ଯୁବ ଆଇନଜୀବୀ ପ୍ରଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଗୁଣୁପୁର ପୁରି ରେଳଗାଡ଼ି କୁ ପାରଳାଖେମୁଣ୍ଡି ରେଳ ଷ୍ଟେସନ ରେ ଅଟକାଇ ରେଳରୋକ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା ।ଏହି ରେଳ ରୋକ ଆନ୍ଦୋଳନ ଯୋଗୁଁ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ “ଗୁଣୁପୁର- ପରାଳାଖେମୁଣ୍ଡି- ପୁରୀ ଏକ୍ସପ୍ରେସ ଟ୍ରେନ କିଛି ସମୟ ଧରି ଅଟକି ରହିଥିବା ବେଳେ ସମ୍ପୃକ୍ତ ରେଳ ଷ୍ଟେସନରେ ଦୀର୍ଘବର୍ଷ ଧରି ବିଭିନ୍ନ ସମସ୍ୟା ସାଙ୍ଗକୁ ଯାତ୍ରୀମାନେ ସାମାନ୍ୟତମ ମୌଳିକ ସୁବିଧାରୁ ଉପକୃତ ହେଉଛନ୍ତି।ଏଠାରେ କୈାଣସି ସୁବିଧା ପାଇ ନ ପାରି ଯାତ୍ରୀ ଅସନ୍ତୁଷ୍ଟ ହେବା ସହିତ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି ।
ପାରଳାଖେମୁଣ୍ଡି ଷ୍ଟେସନରେ ଦ୍ୱିତୀୟ ପ୍ଲାଟଫର୍ମ ନିର୍ମାଣ ହୋଇପାରୁ ନାହିଁ । ପ୍ରଥମ ପ୍ଲାଟଫର୍ମ ଉଚ୍ଚ ନଥିବାରୁ ଲୋକେ ଟ୍ରେନରୁ ଓହ୍ଲାଇବା ଏବଂ ଟ୍ରେନକୁ ଚଢିବା ବେଳେ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି
। ଏଠାରେ ଯାତ୍ରୀ ବିଶ୍ରାମ କକ୍ଷ ସୁବ୍ୟବସ୍ଥିତ ହେଉନାହିଁ ତତ୍ ସଙ୍ଗେ ପ୍ଳାଟଫର୍ମରେ ଆବଶ୍ୟକ ସଂଖ୍ୟକ ବସିବା ବ୍ୟବସ୍ଥା ନ ଥିବା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିଶ୍ରାଗାର ଓ ଶୌଚାଳୟ ଅଛି କିନ୍ତୁ କାମରେ ନ ଲାଗିବା ଯୋଗୁଁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ।
ସେହିପରି ଆବଶ୍ୟକ ପଡୁଥିବା ଯାତ୍ରୀ ମାନଙ୍କ ନିମନ୍ତେ ଷ୍ଟେସନରେ ପାନୀୟ ଜଳର କୋଣସି ବ୍ୟବସ୍ଥା ହୋଇପାରୁ ନାହିଁ ।
ଏଠାରୁ ସିଧା ସଳଖ ରାଜଧାନୀ ଭୁବନେଶ୍ୱର ଯିବା ପାଇଁ ଟ୍ରେନର କୋଣସି ବ୍ୟବସ୍ଥା ନାହିଁ ତେଣୁ ଭୁବନେଶ୍ୱର-ପଲାସା ମେମୁ କି ଡିଏମୟୁ ଟ୍ରେନକୁ ଅନ୍ୟୁନ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ଦୀର୍ଘ ବର୍ଷ ହେଲା ଦାବୀ ହୋଇଆସୁଛି କିନ୍ତୁ ବିଭାଗିୟ କର୍ତ୍ତ୍ତୃପକ୍ଷ ଏସବୁ ଅବ୍ୟବସ୍ଥାକୁ ସୁଧାରିବା କି ମୌଳିକ ଦାବୀ ଗୁଡିକ ପୂରଣ କରିବା କି ଭୁବନେଶ୍ୱର- ପଲାଶା ରହିଥିବା ଟ୍ରେନକୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ଅଣଦେଖା ଓ ଉଦାସୀନତା ମନୋଭାବ ଦେଖାଇ ଆସୁଛନ୍ତି ।
ବର୍ଷ ବର୍ଷ ଧରି ବାରଂବାର ବିଭିନ୍ନ ସମୟରେ ଏଭଳି ଅଭିଯୋଗ ଲିଖିତ ଆକାରରେ ବିଭାଗୀୟ ଉଚ୍ଚ କର୍ତ୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଏଥି ପ୍ରତି ଅଣଦେଖା ହିଁ କରି ଆସୁଛନ୍ତି ।
ତେଣୁ ଏହି ସବୁ ଅବ୍ୟବସ୍ଥା ଓ ମୌଳିକ ଦାବୀ ଗୁଡିକ ତୁରନ୍ତ ପୂରଣ କରିବା ଉଦ୍ଦେଶ୍ୟ ନେଇ ରେଳରୋକ ଆନ୍ଦୋଳନ କରା ଯାଇଥିଲା ବୋଲି ଆନ୍ଦୋଳନର ନେତୃତ୍ୱ ନେଇଥିବା ସମାଜସେବି ତଥା ଆଇନଜୀବୀ ଶ୍ରୀ ପ୍ରଶାନ୍ତ ପ୍ରଧାନ କହିଛନ୍ତି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here