ଜୀବନ ପଥେ ସମୟ

0
311

ସମୟ…… କେତେବେଳେ କେଉଁ ରୂପ ଆଙ୍କିବ ତାହା କେହି ଜାଣେନା……
ସମୟ କେତେବେଳେ ହସାଏ ତ’
କେତେବେଳେ କନ୍ଦାଏ ….. II

ସମୟ……. ସୁଖର ଲହରି…….,
କେବେ ସେ, ଦୁଃଖର କୁହୁଡି …..ll
ସମୟ ଦିଏ ମହତ୍ତ୍ୱ ର ଶିକ୍ଷା……,
ସମୟ…. ନିଏ କେତେଯେ କଠିନ ପରୀକ୍ଷା … Il

ସମୟ କେତେବେଳେ ଅଫେରା ଆଶା ………,
ସମୟ କହିଯାଏ ମନର ଭାଷା ll

ଉନ୍ନତିର ମାର୍ଗ ଦେଖାଏ ସମୟ……,
ଅବସାଦ ର ଦୂର୍ଦିନ ଆଣେ ସେ ସମୟ …….. Il

ସମୟ ବଡ଼ ବଳବାନ……
ଜୀବନର ସବୁ କ୍ଷଣ ଏକା ସମୟକରେ ନିର୍ଦ୍ଦାରଣ ll

ଜୀବନର ଏମିତି ସମୟ ନାହିଁ ..,
ଯେଉଁଠାରେ ସମସ୍ୟା ନାହିଁ …. Il
ସେହି ସମୟ ଦିଏ ସବୁ ସମାଧାନ
ସାଧାରଣ ଜୀବକୁ କରେ ସେ ମହାନ ll

ସମୟ ଜୀବନର ଅଭିନ୍ନ ସ୍ଥିତି,
ପ୍ରତି କ୍ଷେତ୍ରେ ଏହାର ନିତାନ୍ତ ଅବସ୍ଥିତି ll

ମୁଦ୍ରାରେ ରହେ ଯେହ୍ନେ ଦୁଇଗୋଟି ପାର୍ଶ୍ୱ ….
ସମୟ କେତେବେଳେ ଦିଏ ବିଶ୍ୱ
ପୁଣି କରିଦିଏ ନିଶ୍ୱ ll
ସମୟ….. ସୁଅରେ ଚାଲେ ବରଷ ଆଉ ମାସ
ସମୟ ,ଉପହାର ଯେ ଜୀବନେ ଅମାପ ହରଷ ll

————************———

ଝିଲ୍ଲି କୁମାରୀ ସାହୁ
ବ୍ରହ୍ମପୁର

LEAVE A REPLY

Please enter your comment!
Please enter your name here