ବୁଗୁଡ଼ାରେ ପ୍ରତିଷ୍ଠା ହେବ “ରେଡ଼ିଓ ଘୁମୁସର” ବେତାର କେନ୍ଦ୍ର

0
396

ବୁଗୁଡା : ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ “ଇଣ୍ଡିଆ” ପକ୍ଷରୁ ଗଞ୍ଜାମ ଜିଲ୍ଲାର ବୁଗୁଡା ସହରରେ ପ୍ରତିଷ୍ଠା ହେବାକୁ ଯାଉଛି ” ରେଡ଼ିଓ ଘୁମୁସର ” ଗୋଷ୍ଠୀ ବେତାର କେନ୍ଦ୍ର। ଏହି କଥା ପ୍ରକାଶ କରିଛନ୍ତି ଇଣ୍ଡିଆ ସ୍ବେଚ୍ଛାସେବୀ ସଙ୍ଗଠନର ଡ଼ାଇରେକ୍ଟର ଡ଼ଃ କୁମୁଦ ଚନ୍ଦ୍ର ବେହେରା। ଭାରତ ସରକାରଙ୍କ ଟେଲିଯୋଗାଯୋଗ ବିଭାଗ ପକ୍ଷରୁ ଏନେଇ ଅନୁମତି ମିଳିସାରିଛି। ଖୁବ ଶୀଘ୍ର ଏହି ନୂତନ ବେତାର କେନ୍ଦ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଡ଼ଃ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏହି ବେତାର କେନ୍ଦ୍ର ମାଧ୍ୟମରେ ବନ୍ୟପ୍ରାଣୀ ସୁରକ୍ଷା, ପରିବେଶ ସୁରକ୍ଷା, ଦୈବୀ ଦୁର୍ବିପାକ, କୃଷି ବିବରଣୀ, ପ୍ରାକୃତିକ ସମ୍ପଦ, ଆଦିବାସୀ ଶିକ୍ଷା ଓ ସଂସ୍କୃତି, ଶିଶୁ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା, ସାହିତ୍ୟ, ସଂସ୍କୃତି ପ୍ରଭୃତି ବିଷୟ ନେଇ ଆଲୋଚନା ଓ ପ୍ରସାରଣ କରାଯିବ। ସ୍ବେଚ୍ଛାସେବୀ ସଂଗଠନ ଇଣ୍ଡିଆ କାର୍ଯ୍ୟାଳୟ ପରିସରରେ ୯୦.୪ ମେଗା ହଜ ଯୋଗେ ଏହି ବେତାର କେନ୍ଦ୍ର ପ୍ରଚାରିତ ହେବ। ବୁଗୁଡ଼ାରେ ବେତାର କେନ୍ଦ୍ର ପ୍ରତିଷ୍ଠା ହେବା ଜଣାପଡିବ ପରେ ବୁଦ୍ଧିଜୀବୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here